୫୩ ନଂବର ଜାତୀୟ ରାଜପଥ ମରଣଯନ୍ତା ପ୍ରତିବାଦରେ ୪ ଘଂଟା ଜାତୀୟ ରାଜପଥ ଅବରୋଧ ଓ ପ୍ରତିବାଦ ସଭା

Spread the love

ଯାଜପୁର୧୦/୧୨ (ସନ୍ଧାନ ନିୟୁଜ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଓ ସଫଳତାର ସଂକେତ ହୋଇଥିବା ଦଇତାରୀ- ପାରାଦ୍ୱୀପ ଏକ୍ସେପ୍ରେସ ହାଇୱେ ଏବେ ୫୩ ନଂବର ଜାତୀୟ ରାଜପଥ ଭାବେ ପରିଚିତ । ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା ଏହି ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ଏହାର ପ୍ରତିବାଦରେ ସୋମବାର ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଠାରେ ୪ ଘଂଟା ଜାତୀୟ ରଜପଥ ଅପରୋଧ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏଥିପାଇଁ ଉପସ୍ଥିତ ନେତାମାନେ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଥିବା ବେଳେ ସମାଜିକ କର୍ମୀ ତଥା ସାମ୍ବାଦିକମାନେ ନିଜର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଭୂମିକା ନାପସନ୍ଦ ସହ ରାଜ୍ୟ ନିଜର କର୍ତ୍ତବ୍ୟ କରିନଥିବାର ଅଭିଯୋଗ କରିବା ପ୍ରସଙ୍ଗ ସାଧାରଣରେ ମୁଖ୍ୟ ଆଲୋଚ୍ୟ ହୋଇଛି ।
ଅନୁଷ୍ଠିତ ପ୍ରତିବାଦ ସଭାରେ ସଭାପତିତ୍ୱ କରି ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କହିଥିଲେ ଯେ, କେନ୍ଦ୍ର ସରକାର ଓ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଏଡି ଉକ୍ରଟ ଜନସମସ୍ୟା ନେଇ କୁମ୍ବକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବାରମ୍ବାର ଆନେ୍ଦାଳନ ଓ ପ୍ରତିଶୃତି ପରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପ୍ରତିଶୃତି ମୁତାବକ କାମ କରୁନାହାନ୍ତି । ୪ ଥାକିଆ ରାସ୍ତା ପାଇଁ କେବଳ ଟେଣ୍ଡର କାର୍ଯ୍ୟ ଶେଷ କରି ଚୁପ ହୋଇ ବସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଥିନେଇ ଦାବିପତ୍ର ପ୍ରଦାନ କରାଯାଇ କେନ୍ଦ୍ରକୁ ପତ୍ର ଲେଖିବାକୁ ଅନୁରୋଧ କରାଯିବ । ୧୫ ଦିନ ମଧ୍ୟରେ ଚରମ ଦୂରାବସ୍ଥାରେ ଥିବା ରାସ୍ତା ମରାମତି କାର୍ଯ୍ୟ ଏବଂ ଏହାପରେ ଆଉ ମାସକ ଭିତରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ନକଲେ ବ୍ୟାପକ ଜନଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଯୋଗଦେଇ କେନ୍ଦ୍ରର ଆଚ୍ଛେଦିନର ସ୍ଳୋଗାନର ଫଳ ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ଦୈନିକ ପୋକମାଛି ପରି ମରୁଛନ୍ତି । ଗୋଟିଏ ଦିନରେ ନକ୍ସାରେ ଗାରଟାଣି ଏହି ରାସ୍ତାକୁ ତିଆରି କରିବାର ବିଜୁବାବୁଙ୍କ ସଂକଳ୍ପରୁ କେନ୍ଦ୍ରର ନେତା କିଛି ଶିଖିବା ଦରକାର । ଏହି ରାସ୍ତା ସହ ବିଜୁବାବୁଙ୍କ ନାମର ଆବେଗିକ ସମ୍ପର୍କ ଥିବା ସହ ରାଜ୍ୟର ଏହି ଗୁରୁତର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇ କେନ୍ଦ୍ରକୁ ପତ୍ର ଲେଖିବାକୁ ଅନୁରୋଧ କରିଥିଲେ । ତେବେ ପ୍ରତିବାଦ ସଭାରେ ଉଦବୋଦନ ଦେଇଥିବା ସାମାଜିକ କର୍ମୀ ତଥା ସାମ୍ବାଦିକ ମାନେ ଭିନ୍ନମତ ପ୍ରଦାନ କରି ଏ କ୍ଷେତ୍ରରେ ରାଜ୍ୟ ସରକାର ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦକ କରି ନଥିବାର ମତ ପ୍ରକାଶ କରିଥିଲେ । ସାମ୍ବାଦିକ ମହେଶ୍ୱର ବଳ ଏବଂ ସାମ୍ବାଦିକ ବେଣୁଧର ପଣ୍ଡା ଯୋଗଦେଇ କହିଥିଲେ ଯେ, ଦୀର୍ଘବର୍ଷ ଧରି ଗଣମାଧ୍ୟମରେ ଏହି ସମସ୍ୟା ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜାଣି ନପାରିବା ଆଶ୍ଚର୍ଯ୍ୟ ଜନକ ଏବଂ ଦାବିପତ୍ର ଦେବା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ଗ୍ରହଣୀୟ ନୁହେଁ । ଏଥିପାଇଁ ଦିନକୁ ଦିନ ଜନଅସନ୍ତୋଷ ତିବ୍ର ହେଉଛି । ସାଧାରଣ କଥାରେ ରାଜ୍ୟର ସମସ୍ୟା ନେଇ କେନ୍ଦ୍ରକୁ ଚିଠି ଲେଖୁଥିବା ମୁଖ୍ୟମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ ରହିବା ଉଚିତ ନୁହେଁ । ପୂର୍ବତନ ଜିଲ୍ଲା ପରିଦେ ସଭ୍ୟ ଦିଲ୍ଲିପ ରାଉତ ଆଗାମୀ କଳିଙ୍ଗ ନଗର ଗ୍ରସ୍ତରେ ଆସିବା ବେଳେ ମୁଖ୍ୟମନ୍ତ୍ରୀ ଏହି ରାସ୍ତା ଦେଇ ଯାଇ ନିଜେ ପରିସ୍ଥିତର ଅନୁଧ୍ୟାନ କରିବା ଉଚିତ ବୋଲି ଦାବି କରିଥିଲେ । ସଚେତନ ନାଗରିକ ମଂଚ ତରଫରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ ସଭାରେ ଆବାହକ ସରୋଜକାନ୍ତ ବେହେରା ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜ, ସୁକିନ୍ଦା ବ୍ଲକ ଦିବ୍ୟ ରଂଜନ ବିଶ୍ୱାଳ, ପଙ୍କଜ ମଲ, ପଙ୍କପାଳ ସରପଞ୍ଚ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜିକ କର୍ମି, ପଂଚାୟତ ପ୍ରତିନିଧି ଯୋଗଦେଇ ଉଦବୋଦନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜାତୀୟ ରାଜପଥ ବିଭାଗର ଅଧିକାରୀ ରତି ରଂଜନ ପରିଡା ଯୋଗଦେଇ ୧୦ ଫେବୃୟାରୀ ୨୦୧୯ ସୁଦ୍ଧା ବ୍ରାହ୍ମଣୀବ୍ରିଜ ଫୁଟଫଶତ ବାଡା ଓ ରାସ୍ତା ମରାମତି କାମ ଆରମ୍ବ ଏବଂ ବ୍ରାହ୍ମଣୀବ୍ରିଜରେ ୧୧୩ ଟି ନୂଆ ବେରିଂ କରାଯିବା କାର୍ଯ୍ୟ ସହ ୧୯ ପେବୃୟାରୀ ୨୦୧୯ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉ କି, ଗତ ୧ ନଭେମ୍ବର ୨୦୧୧ ରିଖରେ ଏଥିନେଇ କବାଟବନ୍ଧରେ ହୋଇଥିବା ଆନେ୍ଦାଳନ ଏବଂ ୫ ଘଂଟା ଜାତୀୟ ରାଜପଥ ଅବରୋଧ ପରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ହୋଇନାହିଁ ।

Related Posts

About The Author

Add Comment