ଯାଜପୁର, : ୧୫/୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ତୃତୀୟ ବନ୍ୟାର ଆଶଙ୍କା ରହିଥିବା ବେଳେ ବ୍ରାହ୍ମଣୀ,ବୈତରଣୀ, କାଣୀ ନଦୀରେ ୭ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ ସମବାୟ ମନ୍ତ୍ରୀ ବରୀ ଅଞ୍ଚଳ ଗସ୍ତ କରିଥିବା ବେଳେ କ୍ଷତିଗ୍ରସ୍ତ ହୋଇଥିବା ବନ୍ୟା ବିପନ୍ନ ମାନେ ଏବେବି ଜରିପାଲ ତଳେ ଜୀବନ ବିତାଉ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ଵ ମନ୍ତ୍ରୀ ଶୁରେସ ପୂଜାରୀ ବନ୍ୟା ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଥିବା ବେଳେ ବ୍ରାହ୍ମଣୀ,ବୈତରଣୀ,କାଣୀ ନଦୀ, କେଲୁଅ ଏବଂ ମହାନଦୀ ପାଣିରେ ହଜାର ହଜାର ଚାଷ ଜମି କ୍ଷତି ଗ୍ରସ୍ତ ହୋଇଥିବା କଚାଘର ଗୁଡ଼ିକ ନଷ୍ଟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ବାନ୍ୟା ବିପନ୍ନ ମାନଙ୍କୁ ଥଇଥାନ କରିବାତ ଦୂର କଥା ରିଲିଫ କୋଡ଼ ଅନୁଯାୟୀ ସରକାରୀ ସହାୟତା ଦେବା ଲାଗି ବନ୍ୟା ବିପନ୍ନ ମାନେ ଚାତକ ପରି ଚାହିଁ ରହିଥିବା ଦେଖିବାକୁ ମିଳିଛି । ପୁଣୀ ଦଇବ ଦାଉ ସାଥିଲା ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ପ୍ରଖର ଭାବେ ବଢୁଥିବା ବେଳେ କେତେ ବେଳେ ବିପଦ ନ ଘଟିବ ତାହା କହି ହେବ ନାହିଁ । ତିନୋଟି ନଦୀରେ ଘାଇଆସି ୭ଟି ଘାଇ ସୃଷ୍ଟି କରିଥିଲା । ଘାଇ ଗୁଡ଼ିକ ମରାମତି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଆଖି ଦୁର୍ଶିଆ କାମ ହୋଇ ନ ଥିବା ବେଳେ ପୁଣୀ ବନ୍ୟା ଯାଜପୁର ବାସୀଙ୍କ ନିଦ ହଜାଇ ହେଲାଣୀ । କେତେ ବେଳେ କେଉଁ ମୁହୁର୍ତ୍ତରେ ବନ୍ୟା ମାଡ଼ି ଆସିବ ତାହା କହି ହେବ ନାହିଁ । ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ରେନି କୋଡ଼ ଗୁଡ଼ିକ ବାଲି ବସ୍ତା ପଡୁଥିବା ବେଳେ ନାମକୁ ମାତ୍ର ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ନଜରକୁ ଆସିଥିବା ବେଳେ ଯାଜପୁର ଜିଲ୍ଲା ପାଳ ଅମ୍ବର କୁମାର କର ବନ୍ୟା ତଦନ୍ତରେ ଥିବା କମିଶନର ପ୍ରି ଅନୁଷା ରେଡି ଯାଜପୁର ପ୍ରଶାସନ ଅଧିକାରୀ ମାନେ ଶୋଇପଡ଼ିଥିବା ଜଣାଯାଇଛି ଯାହାକି ନଦୀବନ୍ଧ ଗୁଡିକର କାର୍ଯ୍ୟ କରାଯାଉଥିବା ଉଚ୍ଚ ପଦସ୍ତ ଅଧିକାରୀ ମାନେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ସାଧାରଣରେ ଦାବି ହେଉଥିବା ପୁଣୀ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ରହିଥିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ନଦୀ କୂଳରେ ବସବାସ କରୁଥିବା ଲୋକ ମାନଙ୍କୁ ଉଚ୍ଚସ୍ଥାନକୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହିତ ବନ୍ୟା ବିପନ୍ନ ମାନଙ୍କୁ ତୁରନ୍ତ ଓଡ୍ରାଫ ଟିମ୍ ଦମକଳ ବାହିନୀ ପୋଲିସ୍ ବିଭାଗ ସଜାଗ ରହିବା ଲାଗି ନିବେଦନ କରାଯାଉଛି ।
ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ଯାଜପୁର ବୁଡେଇଦବ
|
August 15, 2026 |



