ବଡ଼ଚଣା (ସନ୍ଧାନ ନ୍ୟୁଜ) ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତରଫରୁ ପାଞ୍ଚଟି ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଜିଲ୍ଲା ଭାଜପା ଉପ ସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦକ ବିକାଶ ମହାପାତ୍ର,ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଦେଶ ମାତୃକାର ଜୟଗାନ କରିବା ସହ ସମସ୍ତଙ୍କୁ ଏକତା ଭାବ ବନ୍ଧନରେ ଆବଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନଙ୍କ ତତ୍ୱାବଧାନରେ ବଡଚଣା ଛକ ଠାରୁ ଖଏରା ପର୍ଯ୍ୟନ୍ତ ବିଧାୟକଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ବୈରୀ ଠାରୁ ଗାନ୍ଧୀ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ସୋଲର ପର୍ଯ୍ୟନ୍ତ ଆସିଥିଲ।ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ଛତିଆ ସ୍ଥିତ ବୁଢେଇ ପୀଠରୁ ଚମ୍ପାପୁର ହାଟ ପର୍ଯ୍ୟନ୍ତ ପହଞ୍ଚି ଗାନ୍ଧୀ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମଣ୍ଡଳ ସଭାପତି ମାନସ ରାଉତ ରାୟଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଉତ୍ସାହ ଓ ଉଦ୍ଦୀପନାର ସହ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।ଅପରାହ୍ନରେ ଓଳାଶୁଣୀ ମଣ୍ଡଳ ଓ ବାଲିଚନ୍ଦ୍ରପୁର ମଣ୍ଡଳ ପକ୍ଷରୁ ପତରାଜପୁର ଓ ଭରତପୁର ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
*ବଡ଼ଚଣା ଭାଜପା ପକ୍ଷରୁ ପାଞ୍ଚଟି ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ*
|
August 14, 2026 |



