ସୁନ୍ଦରଗଡ଼ ତା:୧୩-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )। ସବଡେଗା ବ୍ଲକ ଗୋପପୁର ଅଞ୍ଚଳ ରେ ଚାଲିଛି ହାତୀ ଉପଦ୍ରଵ l ସୂଚନା ଅନୁସାରେ ଗୋପପୁର ଗ୍ରାମରେ ଥିବା ଜଙ୍ଗଲ ର ଗୁମ୍ଫା ରେ ଦିନ ବେଳା ହାତୀ ରହିଥିବା ବେଳେ ରାତି ସମୟ ରେ ଗାଁ କୁ ପଶି ଉପଦ୍ରଵ ଚଳାଇଥିବା ସୂଚନା ରହିଛି l ହାତୀ ଉପଦ୍ରଵ ରେ ଗ୍ରାମର ଲୋକେ ରାତିରେ ଶୋଇ ପାରୁ ନ ଥିବା ସୂଚନା ରହିଛି l ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ କିପରି ହାତୀ କୁ ସ୍ଥାନାନ୍ତରିତ କରାଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏବେ ଚାଷ ସମୟ ଥିବାବେଳେ ହାତୀ ରୀତିମତ ଭାବରେ ବିଲର ଫସଲ ନଷ୍ଟ କରୁଥିବା ଚାଷୀ ଙ୍କ ସୂତ୍ରରୁ ଜଣାପଡିଛି। ହାତୀର ଆତଙ୍କରେ ଅଞ୍ଚଳ ରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ଚାଷୀ ମନର ଦୁଃଖ ବୁଝିବ କିଏ ବୋଲି ଏବେ ର ସମୟରେ ଏକ ବଡ ପ୍ରଶ୍ନ? ବିଭାଗୀୟ ବନ୍ ବିଭାଗ ଏହି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଦାବି ହେଉଥିବା ଜଣାପଡ଼ିଛି ।
ଗୋପ ପୁର ଅଞ୍ଚଳ ରେ ଚାଲିଛି ହାତୀ ଉପଦ୍ରଵ ,ଚାଷୀ ଚିନ୍ତାରେ
|
August 13, 2026 |



