ବଡଚଣା, (ସନ୍ଧାନ ନ୍ୟୁଜ) ବଡଚଣା ବ୍ଲକ ଚଣ୍ଡିଖୋଲ ସ୍ଥିତ ପଂଚାୟତରାଜ ଓ ପାନୀୟଜଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡ ଠାରେ ୬ଦଫା ଦାବୀ ନେଇ ଯାଜପୁର ଠିକାଦାର ସଙ୍ଘର ଧାରଣା ଆରମ୍ଭ ହୋଇଛି। ଦାନା ବାତ୍ୟାରେ କାର୍ଯ୍ୟ କରିଥିବା ଠିକାଦାର ମାନଙ୍କ ର ପ୍ରାପ୍ୟ ତୁରନ୍ତ ପ୍ରଦାନ , ସମସ୍ତ ବ୍ଲକ୍ ମାନଙ୍କରେ କରାଯାଇଥିବା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ର ରକ୍ଷଣା ବେକ୍ଷଣ କାର୍ଯ୍ୟର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା,ଚଣ୍ଡିଖୋଲ ବିଭାଜନରେ ସ୍ଥାୟୀ ଏସ ଇ ତୁରନ୍ତ ଜିଯୁକ୍ତି କରିବା, ପ୍ରତିମାସର ରକ୍ଷଣା ବେକ୍ଷଣ ମରାମତି କାର୍ଯ୍ୟର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ବିଗତ ବର୍ଷ ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଥିବା ସମୟରେ ବିଶୋଧନ କରାଯାଇଥିବା ନଳକୂପ ଓ ଜଳ ଯୋଗାଣ ପ୍ରକଳ୍ପ ର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପାନୀୟ ଜଳ ଯୋଗାଣ ର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ଆଦି ଦଫା ଦାବିରେ ଆଜି ଏହି ଧାରଣା ଆରମ୍ଭ ହୋଇଛି। ଏହି ଧାରଣାରେ ଯାଜପୁର ଜିଲ୍ଲାର ୧୦ଗୋଟି ବ୍ଲକ୍ ଠିକାଦାର ସଂଘ ଯୋଗଦେଇଛି। ବୀରେନ୍ଦ୍ର କୁମାର ମାରୁ, ବିଶ୍ୱଜିତ୍ ବିଶ୍ବାଳ, ଆକାଶ ମଲ୍ଲିକ, ସୁଜିତ୍ ମହାରଣା ବୁପ୍ରଭାତ କୁମାର ମହାନ୍ତି, ପ୍ରମୋଦ କୁମାର ସ୍ଵାଇଁ, ରମେଶ ଚନ୍ଦ୍ର ସାହୁ, କୁଳମଣୀ ସେଠୀ, ବିଶ୍ଵନାଥ ପାଢ଼ୀ, ସୁରେଶ୍ ଚନ୍ଦ୍ର ଜେନା ଦେସୁବ୍ରତ ସେଠୀ ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗଦେଇ ତୁରନ୍ତ ଆମ ଦାବୀ ଗୁଡିକୁ ପୂରଣ କରିବାକୁ ଅନୁରୋଧ କରିଛନ୍ତି। ନଚେତ୍ ଧାରଣାକୁ ଜୋରଦାର କରାଯିବା ବୋଲି ଚେତାବନୀ ଦେଇଛନ୍ତି।
୬ଦଫା ଦାବୀ ନେଇ ଯାଜପୁର ଠିକାଦାର ସଙ୍ଘର ଧାରଣା
|
August 3, 2026 |



