ବରଗଡ, : ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍ଟି ମାନ୍ୟତା ଦାବିବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ସୋମବାର ଲୋକସଭାରେ ନିୟମ ୩୭୭ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଓଡ଼ିଶାର ଲବାନ ଆଥବା ଲବାନା ସମୁଦାୟଙ୍କୁ ବଞ୍ଜାରାର ପର୍ଯ୍ୟାୟ ଭାବେ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ସାଂସଦ ଶ୍ରୀ ପୁରୋହିତ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ବଞ୍ଜାରା ସମୁଦାୟ ଏସ୍ଟି ତାଲିକାରେ ରହିଥିବା ବେଳେ, ଭାଷା, ସଂସ୍କୃତି, ପରମ୍ପରା, ବିବାହ ପ୍ରଥା ଓ ସାମାଜିକ ପରିଚୟରେ ସମାନ ହୋଇଥିଲେ ମଧ୍ୟ ଲବାନ ଅଥବା ଲବାନା ସମୁଦାୟକୁ ଅନୁସୂଚିତ ଜାତି (SC) ତାଲିକାରେ ରଖାଯାଇଛି। ଏହି ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ଯୋଗୁଁ ସମୁଦାୟ ସଂବିଧାନସମ୍ମତ ଅଧିକାର ଓ ବିଭିନ୍ନ କଲ୍ୟାଣକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲୋକୁର ସମିତି (୧୯୬୫), ଜୋସେଫି ସମିତି (୧୯୬୭), ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ (୧୯୯୩) ଓ ଓଡ଼ିଶା ସରକାରଙ୍କ ହାଲିଆ ସର୍ଭେରେ ବଞ୍ଜାରା, ବଞ୍ଜାରୀ, ଲବାନ ଓ ଲବାନା ଏକେ ସମୁଦାୟର ପର୍ଯ୍ୟାୟ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ଲବାନ ଅଥବା ଲବାନା ସମୁଦାୟଙ୍କୁ ଏସ୍ସି ତାଲିକାରୁ ବାହାର କରି ବଞ୍ଜାରାର ପର୍ଯ୍ୟାୟ ଭାବେ ଏସ୍ଟି ତାଲିକାରେ ସାମିଲ କରିବା ପାଇଁ ଶୀଘ୍ର ସଂବିଧାନିକ ଓ ଆଇନଗତ ପଦକ୍ଷେପ ନେବାକୁ ସେ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟଙ୍କୁ ଅନୁରୋଧ କରିଛନ୍ତି।
ତାଜା ଖବର
- ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆହ୍ୱାନ
- ସୁକିନ୍ଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
- ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍ଟି ମାନ୍ୟତା ଦାବି
- କାର୍ଗିଲ ବିଜୟ ଦିବସ ପାଳିତ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମାରକୀ ନିର୍ମାଣ ପ୍ରତିଶ୍ରୁତି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାପ-ମା’ ଛେଉଣ୍ଡ ଆଦିବାସୀ ପୂର୍ଣ୍ଣ ମୁଣ୍ଡା ଖୋଜୁଛନ୍ତି ବଞ୍ଚିବାର ରାହା; ଅନ୍ଧ, ମୂକ ଓ ବଧିର ହୋଇ ସରକାରୀ ସୁବିଧାରୁ ବଞ୍ଚିତ*
- ଗୋପାଳପୁର ଏମସିଏଲ ରାସ୍ତା ଲୋକଙ୍କ ପାଇଁ ଅଭିଶାପ,ରୀତିମତ ଯାଉଛି ଅଞ୍ଚଳ ଲୋକଙ୍କ ଜୀବନ
- ବାଲିଶଙ୍କରା ବ୍ଲକର କୃଷି କାର୍ଯ୍ୟାଳୟ ରେ ଚାଷୀ ଙ୍କୁ ବିହନ ବଣ୍ଟନ
- ସଡ଼କ ଯୋଜନା ତଳସରା ପଞ୍ଚାୟତକୁ ଅପହଞ୍ଚ, ଗ୍ରାମାଞ୍ଚଳ ର ରାସ୍ତାଘାଟ ଜରାଜୀର୍ଣ ଅବସ୍ଥା
- *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*



