ସୁନ୍ଦରଗଡ଼ ତା:୧୪-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କୁଇଲେର ମୁଣ୍ଡା ନିକଟ ରେ ଥିବା ଟେଢା ବିଲଡିଂ ଇଲେକ୍ଟ୍ରିକ ଦୋକାନ ର ସଟର କାଟି ଲକ୍ଷାଧିକ ଟଙ୍କା ର ଇଲେକ୍ଟ୍ରିକ ସାମଗ୍ରୀ ଚୋରି ହୋଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ରେ ଦୁର୍ବୁତ୍ତ ମାନେ ଜଗନ୍ନାଥ ଡୁଙ୍ଗେତ (୪୫)ଙ୍କ ଇଲେକ୍ଟ୍ରିକ ଦୋକାନ ର ସଟର କାଟି ଦୋକାନ ଭିତରକୁ ପ୍ରବେଶ କରିଥିଲେ l ଦୋକାନ ରୁ ପାଣି ମୋଟର ସହ ଅନ୍ୟାନ୍ୟ ଇଲେକ୍ଟ୍ରିକ ସାମଗ୍ରୀ ଯାହାକି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରି କରି ନେଇଯାଇଥିବା ସୂଚନା ମିଳିଛି l ତଲସରା ଥାନା ଅଞ୍ଚଳ ରେ ଲଗାତାର ତିନି ଟି ଚୋରି ହେବା ଘଟଣା ଅଞ୍ଚଳବାସିଙ୍କ ମନରେ ଭୟ ର ବାତାବରଣ ଖେଳିଯାଇଥିବା ଜଣା ପଡିଛି l ଏଠାରେ ତଲସରା ପୋଲିସ ପକ୍ଷ ରୁ କଡାକଡି ପେଟ୍ରୋଲିଙ୍ଗ ସହ ଦୁର୍ବୁତ୍ତ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି l
ଇଲେକ୍ଟ୍ରିକ ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ ସାମଗ୍ରୀ ଚୋରି
|
July 14, 2026 |



