ଯୁଗି ଯୁଗେନ ସଂଗ୍ରାମ ସମିତି ପକ୍ଷରୁ ବାଲି ଶଙ୍କରା ବ୍ଲକରେ ଏକ ସାଧାରଣ ସଭା ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୧/୭/୨୦୨୬( ସନ୍ଧାନ ନ୍ୟୁଜ) ଯୁଗୀଯୁଗିଏନ ନଦୀବନ୍ଧ ବିରୋଧ ସମ୍ବଧୀୟ ଏକ,ବିଶାଳ ସାଧାରଣ ସଭା ବାଲିସଙ୍କରା ବ୍ଲକ ପଞ୍ଚାୟତ ସମିତି ପରିସର ହଲରେ ଆଜି ୧୧/୭/୨୦୨୬ (ଶନିବାର ) ଅପରାହ୍ନ ୨ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳବାସୀ ଉପସ୍ଥିତି ଅନିବାର୍ଯ୍ୟ କରି ବିପୁଳ ସଂଖ୍ୟରେ ସଂଗ୍ରାମ କୁ ସଫଳ କରାଜାଇଥିଲା । ସଵଡେଗା ବ୍ଲକରେ ତିନି ଥର ବୈଠକ ଓ ଏକ ବିରାଟ ରାଲି ହେଵା ପରେ ବାଲିସଙ୍କରା ବ୍ଲକ ରେ ଏହା ପ୍ରଥମ ଥର ଅନୁଷ୍ଠିତ ହୋଇଥିଲା । ଆପଣ ମାନେ ଖବର କାଗଜ ଓ ଟିଭି ମାଧ୍ୟମରେ ଜାଣିଛନ୍ତି କି ନଦୀବନ୍ଧ ଯୋଜନା ର ପ୍ରଥମ ପର୍ଯ୍ୟାୟ କାମ ପ୍ରାୟ ସରିଯାଇଛି କିନ୍ତୁ ଆଦିବାସୀ ସଧ୍ୟୁଷିତ ଅଂଚଳ ହେଲେ ମଧ୍ୟ ବିନା ଗ୍ରାମସଭା ଓ ପଲ୍ଲୀସଭା ନ କରାଇ ସମ୍ବିଧାନ ବିରୁଦ୍ଧରେ କାର୍ଯ୍ୟ ଚାଲିଛି, ଯାହାକୁ ନେଇ ଅଞ୍ଚଳରେ ଘୋର ବିରୋଧ କରାଯାଉଛି | ବୈଠକ ରେ କେତୋଟି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ସେଥିରୁ ୧. ବ୍ଲକ ସ୍ତରୀୟ ସଂଗ୍ରାମ ସମିତି ର ପରିବର୍ଦ୍ଧିତ ଗଠନ | ୨.ପ୍ରତେକ ପ୍ରଭାବିତ ଗ୍ରାମ୍ୟ କମିଟି ଗଠନ | ୩.ପ୍ରତ୍ୟେକ ଗ୍ରାମ ଓ ଗ୍ରାମ ପଂଚାୟତ ରେ ବିରୋଧ ସଭା ପ୍ରସ୍ତାବ | ୪. ପ୍ରତେକ ଗ୍ରାମ ପଂଚାୟତ ରେ “ବିରୋଧ ସ୍ୱତନ୍ତ୍ର ଗ୍ରାମ ସଭା “ର ପ୍ରସ୍ତାବ | ୫. ସରକାରୀ ସୂଚୀ ରେ ଥିବା ଗ୍ରାମ ସହ ସମ୍ଭାବ୍ୟ ପ୍ରଭାବିତ ଗ୍ରାମ ର ସୂଚୀ ବଣାଇବା | ୬.ସଂଗ୍ରାମ ସମିତି କୁ ପୂର୍ଣ୍ଣ ସହଯୋଗ ଦେବା ବିଷୟରେ ଚର୍ଚ୍ଚା |

Related Posts

About The Author

Add Comment