ଯାଜପୁର: ପାର୍ବତୀ ସେନାପତିଙ୍କୁ ପଦାର୍ଥ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ

Spread the love

ଚଣ୍ଡିଖୋଲ, ୨/୧୨ (ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆସୁଙ୍ଗୁଡ଼ା ସ୍ଥିତ ଜନକଲ୍ୟାଣ ହାଇସ୍କୁଲର ଛାତ୍ରୀ ପାର୍ବତୀ ସେନାପତିଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡ଼ିଗ୍ରୀ ହାସଲ କରିବା ସହ ବିଶ୍ୱ ବିଦ୍ୟାଳୟ ଟପର ଭାବେ ସମ୍ମାନୀତ ହୋଇଛନ୍ତି । ଓଡ଼ଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁଶ୍ରୀ ପାର୍ବତୀଙ୍କୁ ସ୍ୱର୍ଣ୍ଣ ପଦକ, ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ପାର୍ବତୀ ଜଣେ ଅତି ଗରିବ ଘରର ଛାତ୍ରୀ ହୋଇଥିବାରୁ ପାଠ ପଢିବାରେ ପ୍ରଥମରୁ ଅଦ୍ୟାବଧି ଆର୍ଥିକ ଦୁସ୍ଥିତିର ସମ୍ମୁଖିନ ହୋଇଥିଲେ । ତେବେ କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟବସାୟ, ପିତାମାତାଙ୍କ ଆର୍ଶୀବାଦ ଫଳରେ ତାଙ୍କୁ ଏହି ସଫଳତା ମିଳିଥିବା ସେ ପ୍ରକାଶ କରିଛନ୍ତି । ଉଚ୍ଚତର ଅଧ୍ୟୟନ ପାଇଁ ଆଶା ଥିଲେ ମଧ୍ୟ ଆର୍ଥିକ ଅନାଟନ ପାର୍ବତୀଙ୍କ ପ୍ରତିଭାରେ ଅନ୍ତରାୟ ସୃଷ୍ଟି କରୁଛି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ ତାଙ୍କୁ ଉଚ୍ଚତର ଅଧ୍ୟୟନ ପାଇ ସାହାର୍ଯ୍ୟ ଓ ସହଯୋଗ କଲେ ପାର୍ବତୀ ତାର ସ୍ୱପ୍ନକୁ ସାକାର କରିପାରିବ ବୋଲି କହିଛି । ପ୍ରକାଶ ଥାଉକି ସେ +୨ ଓ +୩ ଶ୍ରେଣୀରେ କଲେଜ ଟପର ହୋଇ ବହୁ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇଛି ।

Related Posts

About The Author

Add Comment