ଅବସର ଦିନ ଯେତେ ପାଖେଇ ଆସୁଛି ମୋ ଆଖିରୁ ଲୁହଧାର ବନ୍ଦ ହେଉ ନାହିଁ। ଏ କଥା ଆମେ କହୁ ନାହୁଁ ଏ କଥା କହି ଛନ୍ତି ଦୋଳ ସାହି ପଞ୍ଚାୟତ ରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ନାୟକ। ଆମ ଦୈନିକ ଖବର କାଗଜ ସନ୍ଧାନ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଦୀର୍ଘ ୩୭ ବର୍ଷ ଚାକିରୀ କରି ମୁଁ ୩୧ . ୭.୨୦୨୬ରେ ଅବସର ନେବି, ବଡ ଦୁଃଖ ଲାଗୁଛି ସରକାର ଆମକୁ ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଇଛନ୍ତି। ଅବସର ପରେ ଆମକୁ ଟଙ୍କାଟିଏ ମିଳିବ ନାହିଁ। ତେଣୁ ଆମେ ବଞ୍ଚିବୁ କେମିତି? ତାମିଲନାଡୁ ର thalapati ସରକାର ଯଦି ସମସ୍ତ ଶିକ୍ଷକ ମାନଙ୍କୁ ପେନସନ ଦେଇ ପାରିଲେ ତେବେ ମୋହନ ଚରଣ ମାଝୀ ଙ୍କ ସରକାର ଏ ବାବଦରେ ନୀରବ କାହିଁକି?। ଏକ ସୁସ୍ଥ ସମାଜ ଗଠନ ଦିଗରେ ଯେଉଁ ଶିକ୍ଷକ ମାନେ ଅହରହ ଉଦ୍ୟମ କରି ଆସୁଛନ୍ତି ସେମାନଙ୍କ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମତୀ ନିରୁପମା ନାୟକ। ମୋ ଆକୁଳ ନିବେଦନ ସରକାର ନିଶ୍ଚୟ ଶୁଣିବେ ବୋଲି ମୁଁ ଭାବୁଛି। ଆମ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ସରକାର ପେନସନ ଘୋଷଣା କଲେ ଆମ ଆଖିରୁ ଝରୁ ଥିବା ଲୁହ ଖୁସି ର ଲୁହ ହୋଇଯିବ ବୋଲି ସେ କହିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଅବସର ପରେ କାନ୍ଦୁଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ
|
July 9, 2026 |



