ନିଜ ଘରେ ବେକ ରେ ଦୌଡ଼ି ଲଗାଇ ଆତ୍ମ ହତ୍ୟା, ଥାନା ରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୨୮-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି କିରାଲଗା (ମହୁଲପଡା )ଗ୍ରାମ ଠାରେ ଜଣେ ୬୨ବର୍ଷ ର ବୃଦ୍ଧ ନିଜ ଘରେ ନିଜ ବେକ ରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ କିରାଲଗା (ମହୁଲପଡା )ଗ୍ରାମର ଜୁନାସ କେରକେଟା (୬୨)ନିଜ ଘରେ ନିଜ ବେକ ରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂତ୍ରରୁ ପ୍ରକାଶ l ତାଙ୍କ ଘରେ ସ୍ତ୍ରୀ ପୁରୁଷ ଦୁଇ ପ୍ରାଣୀ l ସକାଳ ଭୋର ୬ଟା ସମୟ ରେ ତାଙ୍କର ସ୍ତ୍ରୀ ଟୋଲ (ଡୁରୀ )ଗୋଟାଇବାକୁ ଯାଇଥିଲେ l ଟୋଲ ଗୋଟାଇ ଘରକୁ ଫେରି ଦେଖିଲା ବେଳକୁ ତାଙ୍କର ସ୍ୱାମୀ ନିଜ ଘରେ ନିଜ ବେକ ରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ଗାଁ ଲୋକ ଙ୍କୁ ଜଣାଇଥିଲେ l ଗାଁ ଲୋକ ଆସି ଦେଖିଲା ପରେ ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ତଲସରା ପୋଲିସ ଉକ୍ତ ସ୍ଥାନ କୁ ପହଞ୍ଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନା କୁ ପଠାଇ ଥିଲେ l ଏହାକୁ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment