ସୁନ୍ଦରଗଡ ତା:୨୨/୬/୨୦୨୬ ( ସନ୍ଧାନ ନ୍ୟୁଜ) ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ମ୍ରିନାଳିନୀ ଦର୍ଶ୍ବାଲ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।ଏହି ଗସ୍ତ ସମୟରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେ ସଦର ବ୍ଲକର ଛତୁଆ କେନ୍ଦ୍ର, କଳିକା କେନ୍ଦ୍ର, ବହୁଭାଷୀ ଶିକ୍ଷାକେନ୍ଦ୍ର ଓ ‘ସୁଭଦ୍ରା ସମାବେଶ’ରେ ଯୋଗଦେଇ ମହିଳା ଓ ଅନ୍ତେବାସିନୀଙ୍କ ସହ ଆଲୋଚନା କରିଥିଲେ।ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ଓ ସଖୀ କେନ୍ଦ୍ର ପରିଦର୍ଶନ କରିଥିଲେ। ଶେଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ‘ପୋଷଣ ଟ୍ରାକର’ ମାଧ୍ୟମରେ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଅନୁନ୍ନତ ଅଙ୍ଗନବାଡି ଗୁଡିକର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।



