ଝଡ ପବନ ବର୍ଷା ଯୋଗୁଁ ଧସିଲା ବିଦ୍ୟାଳୟରେ ଥିବା କୃଷ୍ଣଚୂଡ଼ା ଗଛ, ଭାଙ୍ଗିଲା ବିଦ୍ୟାଳୟ ପାଚେରୀ

Spread the love

ସୁନ୍ଦରଗଡ଼ ତା:୨୨-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଗତକାଲି ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ ସମୟ ରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ ଝଡ ପବନ ବର୍ଷା ହେବା ଯୋଗୁଁ ତଲସରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କୃଷ୍ଣଚୂଡ଼ା ଗଛ ମୂଳରୁ ଧସି ଯିବା ଯୋଗୁଁ ବିଦ୍ୟାଳୟ ର ପାଚେରୀ ଧସି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଗଛ ଧସିବା ବେଳେ ବିଦ୍ୟାଳୟ ପାଚେରୀ ନିକଟ ସହିତ ଗଛ ନିକଟରେ ଲୋକ ନ ଥିବା ଯୋଗୁଁ କୌଣସି ଦୁର୍ଘଟଣା ହୋଇ ନ ଥିବା ଜଣାପଡ଼ିଛି ।ପାଚେରୀ ଭାଙ୍ଗିବା ଦ୍ଵାରା ବିଦ୍ୟାଳୟର ସୁରକ୍ଷା ଉପରେ ବଡ ପ୍ରଶ୍ନ ଉଙ୍କି ମାରୁଥିବା ଚର୍ଚ୍ଚା ହେଉଛି । ଏଥିରେ ଚୋରି ର ଆଶଙ୍କା ବଢିବାରେ ଲାଗିଛି । ତା ସହିତ ବିଦ୍ୟାଳୟ ପରିସରରେ ଥିବା ଅନେକ ଛୋଟ ଛୋଟ ଗଛ ଲତା ଗାଈ ଗୋରୁ ଙ୍କ ଦ୍ଵାରା ନଷ୍ଟ ହେବାର ସମ୍ଭାବନା ବଢିବାରେ ଲାଗିଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅତିଶୀଘ୍ର ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି ।

Related Posts

About The Author

Add Comment