ସୁନ୍ଦରଗଡ ତା:୧୬/୬/୨୦୨୬(ସନ୍ଧାନ ନ୍ୟୁଜ) ଗାଡ଼ି ଭିତରେ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର ।ସୁନ୍ଦରଗଡ ଜିଲ୍ଲା ଭାଷ୍ମା ଥାନା ଅନ୍ତର୍ଗତ କଇଁତରା ବିଜୁ ଏକ୍ସପ୍ରେସ ୱେ’ରେ ବଡ଼ ଅଘଟଣ। ହୁ ହୁ ହୋଇ ଜଳି ଗଲା ଦୁଇ ଟ୍ରଲର । ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା ୧୦ ମିନିଟ ସମୟରେ ଘଟିଯାଇଛି ଏହି ଘଟଣା ।ମୃତ୍ୟୁ ହୋଇଥିବା ଡ୍ରାଇଭର ମାନଙ୍କର ଚିହ୍ନଟ ହୋଇପାରି ନାହିଁ ।ବିଭିନ୍ନ ପ୍ରକାର ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ଏକ ଖଣି ଅଞ୍ଚଳ ହୋଇଥିବାବେଳେ ଶହ ଶହ ଗାଡ଼ି ଯିବା ଆସିବା କରୁଛି ।ତା ସହିତ ଅନ୍ୟ ରାଜ୍ୟର ଅନେକ ଲୋକ ଆସି ଗାଡ଼ି ଚଳାଉଥିବା ସହିତ ଡ୍ରାଇଭର ଅଭାବ କାରଣରୁ ହେଲ୍ପର ମାନଙ୍କର ଗାଡ଼ି ଚାଳନା ସହିତ ବି.ଏସ -୬ ଗାଡ଼ି ଆସିଲା ପରେ ଏହି ଘଟଣା ହୋଇଥିବା ଅନୁମାନ କରାଯାଉଛି । ତା ସହିତ କିପରି ଭାବରେ ଟ୍ରଲର ରେ ନିଆଁ ଲାଗିଲା ତାହା ପୋଲିସ ତଦନ୍ତ କରୁଛି । ବିଭିନ୍ନ ସମୟରେ ସୁନ୍ଦରଗଡ ରେ ଏପରି ଘଟଣା ପରିବହନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ?
ଦୁଇଟି ଟ୍ରଲର ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର, ଘଟଣା ତଦନ୍ତ ଘେରରେ
|
June 16, 2026 |



