ସ୍ୱାସ୍ଥ୍ୟ ବିଭାଗ ଟିମର ଟିକରପଡା ପରିଦର୍ଶନ ସହ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା

Spread the love

ଯାଜପୁର ସଦର, :୨୩/୫/୨୬ (ସନ୍ଧାନ ନ୍ୟୁଜ )  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଏକ ଟିମ୍ ସୁକିନ୍ଦା ବ୍ଲକର କାଂସ ଗ୍ରାମପଞ୍ଚାୟତ ସରୁଆବିଲି ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଟିକରପଡ଼ା ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ଡାକ୍ତର ମିଶ୍ରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ତଥା ସିନିୟର ଏପିଡେମିଓଲୋଜିଷ୍ଟ୍ ଡାକ୍ତର ଜ୍ୟୋତି ରଞ୍ଜନ ରାଉତ, ଯାଜପୁର ଉପ-ପ୍ରବନ୍ଧକ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ- ସୁଧାଂଶୁ ଶେଖର ନାୟକ, ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ସୁକିନ୍ଦାର ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଏବଂ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପରିଦର୍ଶନରେ ଯାଇଥିଲେ। ଉକ୍ତ ଗ୍ରାମର ସୂର୍ଯ୍ୟ ଜୁଆଙ୍ଗଙ୍କ ପରିବାରରେ ମୋଟ ସମୁଦାୟ ସାତ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା। ପରିବାରର ସମସ୍ତ ଶିଶୁ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଆର.ବି.ଏସ.କେ ଟିମ୍ ପରିଦର୍ଶନ କରି ସେମାନଙ୍କୁ ଔଷଧ ପ୍ରଦାନ କରିଥିଲେ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଟିମ୍ ଦ୍ୱାରା ମଇ ୨୦ ତାରିଖରେ ଏକ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା, ସେଥିରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରିଗ୍ ସୁନ୍ଦର ପଣ୍ଡାଙ୍କ ଦ୍ୱାରା ସମସ୍ତ ୩୨ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୨୧ ଜଣ ଶିଶୁଙ୍କୁ ଔଷଧ ପ୍ରଦାନ କରାଯାଇଥିଲା। ଏହି ପରିଦର୍ଶନ ସମୟରେ ଗ୍ରାମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଟିକାକରଣ କାର୍ଯ୍ୟକ୍ରମ, ପୋଷଣ ସ୍ଥିତି ଓ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବୃଦ୍ଧି ସହ ସରକାରୀ ସ୍ୱାସ୍ଥ୍ୟ ସେବାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ପୁଷ୍ଟିସାଧନ ବିଶେଷଜ୍ଞ ତଥା ପରାମର୍ଶଦାତା, ଏନ.ଆର.ସି, ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Related Posts

About The Author

Add Comment