କଟକ,(ସନ୍ଧାନ ନ୍ୟୁଜ) : ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ସଦର ତରଫରୁ ଜଗତସିଂହପୁର ଜିଲା ପାଟେଣୀ ଗାଁରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ୪୨ ମୌଜା ଗୌରଵ ମାନବବାଦୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ସମ୍ପାଦିକା କଵୀ ସରୋଜ ନଳିନୀ ପରିଜା ଯୋଗଦେଇ ଓଡ଼ିଶାର ସୁନାମଧନ୍ୟ ତଥା ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନ୍ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.ସେକ୍ କଲ୍ଲିମୁଲ୍ଲା,ଆଦର୍ଶ ନାରୀ ପ୍ରତିଭା ପଦ୍ମିନୀ ମହାନ୍ତି, ଶିଳ୍ପୀ ଉପେନ୍ଦ୍ର ବାରିକ,ସୁକାନ୍ତ କୁମାର ସାହୁ, କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ `
ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସ ପାଇଲେ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ।
|
May 23, 2026 |



