ନବେ କୋଟି ଟଙ୍କାର ଜଳ ପ୍ରକଳ୍ପ, ମିଳୁ ନାହିଁ ବିନ୍ଦୁଏ ଜଳ

Spread the love

କୋରାପୁଟ  ୧୦/୪/୨୬ (ସନ୍ଧାନ ନ୍ୟୁଜ )  କୋରାପୁଟ ଜିଲ୍ଲାର ରୋଷନ ଗଡ,ଓ ନୂଆ ପାଟଣା ବ୍ଲକ ରେ ୨୦୨୩ମସିହା ରେ ନବେ କୋଟି ଟଙ୍କାର ବ୍ୟୟ ବରାଦ ରେ ଏକ ବିରାଟ ଜଳ ପ୍ରକଳ୍ପ ର ଶୁଭ ଦିଆଯାଇଥିଲା। ୨୦୨୬ସୁଦ୍ଧା ଏହି ଜଳ ପ୍ରକଳ୍ପ ରୁ ଜଳ ପ୍ରାୟ ପନ୍ଦର ହଜାର ଲୋକ ଙ୍କ ପାଖରେ ପହଞ୍ଚି ବାର ଯୋଜନା ଥିଲା। ବଡ ଘର ବଡ ଗୁମର କଥା ଭଳି ପ୍ରଶାସନ ଓ ଠିକାଦାର ଙ୍କ ମଧ୍ୟ ରେ ମଧୁ ଚନ୍ଦ୍ରିକା ପାଇଁ ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ପଚାଶ ପ୍ରତିଶତ କାମ ହୋଇ ପାରି ନାହିଁ। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏ ପ୍ରକଳ୍ପ ରୁ ଏ ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇ ପାରିଲା ନାହିଁ। ସ୍ଥାନୀୟ ବାସିନ୍ଦା କହିଛନ୍ତି ଜିଲ୍ଳା ପ୍ରଶାସନ ଓ ଠିକାଦାର ମଧ୍ୟ ରେ ଚାଲିଛି ମଧୁ ଚନ୍ଦ୍ରିକା,। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଚୁକ୍ତି ଅନୁସାରେ ଆଉ ଗୋଟିଏ ମାସ ର ଅବଧି ବାକି ଥିଲା ବେଳେ କେବେ ସରିବ ପ୍ରକଳ୍ପ। ଆଗକୁ ଗ୍ରୀଷ୍ମ ଋତୁ, କେଉଁଠି ଜଳ ଟିକିଏ ମିଳିବ ନାହିଁ ତେବେ ହଜାର ହଜାର ଲୋକ କରିବେ କଣ? ଯଦି ସରକାର ଆଗାମୀ ପନ୍ଦର ଦିନ ମଧ୍ୟରେ ଏହି ପ୍ରକଳ୍ପ କୁ ଦୃତ ଗତିରେ ନ ସାରନ୍ତି ଦେବେ ସ୍ଥାନୀୟ ବାସିନ୍ଦା ଧର୍ମଘଟ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜୁ ସନ୍ଧାନ।

Related Posts

About The Author

Add Comment