ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଅଧାପନ୍ତରିୟାପେଟି ଠିକାଦାର ଉପରେ ଦାୟିତ୍ୱ ନ୍ୟସ୍ତ କରି ଅଚିନ୍ତାରେ ଠିକାଦାର

Spread the love

ଯାଜପୁର ସଦର, : ୩/୪/୨୬ (ସନ୍ଧାନ ନ୍ୟୁଜ ) ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ସହ ଭିର୍ତ୍ତିଭୂମିର ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କେତେକ ସ୍ଥାନରେ କେତେକ ବେପରୁଆ ବିଭାଗୀୟ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ଠିକାଦାର ମାନଙ୍କ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଦେଖିବା ପାଇଁ ମିଳିଛି | ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ ଅଧିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କ୍ଷେତ୍ରରେ | ୩0 ଶଯ୍ୟା ବିଶିଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଦାୟିତ୍ୱ ଏମଏସ ସରୋଜ କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରଟିର ନିର୍ମାଣ କାର୍ଯ୍ୟ ୧୧-0୭-୨୨ ରୁ ଆରମ୍ଭ ହୋଇ ୧0-0୭-୨୩ ରିଖରେ ଶେଷ ହେବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ରହିଥିଲା | ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ୬,୬୩,0୯,0୫୫, 00 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା | ମାତ୍ର ଇତି ମଧ୍ୟରେ ପ୍ରାୟ ୨ ବର୍ଷରୁ ଉର୍ଦ୍ଧ ହେବ ଅବଧି ଶେଷ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରୀୟ ଭାବେ ପଡ଼ିରହିଛି | କାର୍ଯ୍ୟ ସ୍ଥଳକୁ କୌଣସି ବିଭାଗୀୟ ଅଧିକାରୀ ମାନେ ଆସୁନଥିବା ବେଳେ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ସେହିପରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ, ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଓ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକର ଜନସାଧାରଣ ମାନେ ନିର୍ଭର କରିଥାନ୍ତି | ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୪ ସହରୁ ୫ ସହ ରୋଗି ଆସିଥାନ୍ତି | ଅଭିଯୋଗ ମୁତାବକ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଣକ ନିଜେ କାର୍ଯ୍ୟ ନକରି ସ୍ଥାନୀୟ ଜଣେ କୁଜି ଠିକାଦାରଙ୍କ ଉପରେ କାର୍ଯ୍ୟର ଦାୟିତ୍ୱ ନ୍ୟସ୍ତ କରିଦେଇ ଥିବାରୁ କୁଜି ଠିକାଦାର ଜଣକ ଅଧିକ ଲାଭଖୋର ନିତି ଆପଣେଇ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ବର୍ତ୍ତମାନ ପ୍ରାୟ ୬ ମାସରୁ ଉର୍ଦ୍ଧ ହେବ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ କେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବ ଏବେ ଏହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସି | ଘରର ପ୍ଳାଷ୍ଟର କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ଅନ୍ୟାନ୍ୟ ବହୁ କାର୍ଯ୍ୟ ବାକି ଥିବା ଦେଖିବା ପାଇଁ ମିଳିଛି | ଠିକାଦାର ନିଜର ଇଚ୍ଛା ମୁତାବକ ନିର୍ମାଣ କାର୍ଯ୍ୟ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ କୌଣସି ତଦାରଖ କରାଯାଉ ନଥିବା ଅଭିଯୋଗ ହୋଇଛି | ସେହିପରି ନିର୍ମାଣ ଧିନ ଘର ଏବେ ଷେଣ୍ଢ ମାନଙ୍କର ଆଡ୍ଡା ସ୍ଥଳି ପାଲଟିଛି | ସ୍ଥାନୀୟ ଅଞ୍ଚଳରେ ଏହି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଟି ବେଶ ଗୁରୁତ୍ୱ ବହନ କରୁଥିବାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପୂର୍ବ ସରକାର ସମୟରେ ଅର୍ଥ ମଞ୍ଜୁର କରାଇ କାର୍ଯ୍ୟ ଆରମ୍ଭ କରାଇ ଥିଲେ | ମାତ୍ର ଦୁର୍ନୀତି ଗ୍ରସ୍ତ ତଥା ଲାଭଖୋର ଠିକାଦାରଙ୍କ ପାଇଁ ଏବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କଚ୍ଛପ ଗତିରେ ଚାଲୁଥିବା ବେଳେ କେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରିବ ଓ କେବେ ଜନସାଧାରଣ ଏହାର ସୁଫଳ ପାଇବେ ଏହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି |ନିର୍ମାଣରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଜନସାଧାରଣ ମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଠିକାଦାର ଜଣକ ସ୍ଥାନୀୟ ଜନସାଧାରଣ ମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି | ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ବଡଧରଣର ଅନିୟମିତତାର ଏଜ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ସ୍ଥାନୀୟ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁର ସାଂସଦ ରବି ନାରାୟଣ ବେହେରା ଓ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି |ତେବେ ଦେଖିବାକୁ ବାକି ରହିଲା କେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରୁଛି ତାହା ଦେଖିବା ପାଇଁ ଅଞ୍ଚଳ ବାସି ଚାତକ ପରି ଚାହିଁ ବସିଛନ୍ତି |

Related Posts

About The Author

Add Comment