ତିହିଡ଼ି ଥାନା ବେଆଇନ ମଦ ଓ କୋଇଲା କାରବାର ରୋକିବାରେ ବିଫଳ କାହିଁକି?

Spread the love

ଭଦ୍ରକ  ୨୩/୩/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ଚୋରା କୋଇଲା କାରବାର, ବ୍ରାଉନ ସୁଗର ଓ ମଦ କାରବାର ଦୃତ ଗତିରେ ବୃଦ୍ଧି ପାଇଛି। ବିଭିନ୍ନ ଗଣ ମାଧ୍ୟମ ରେ ପ୍ରତିଦିନ ଏ ବିଷୟରେ ଗଭୀର ଚିନ୍ତା ପ୍ରକଟ କରା ଯାଇଛି। ବଡ ଚିନ୍ତା ର ବିଷୟ ଏହିକି ଯେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଭଦ୍ରକ ଜିଲ୍ଲାର ଯେତେ ଥାନା ଅଛି ତନ୍ମଧ୍ୟ ରୁ ତିହିଡ଼ି ଥାନା ଏକ ନିଆରା ଥାନା। ଏହି ଥାନା ଟି ତିନି ବିଧାନସଭା କ୍ଷେତ୍ର କୁ ସଂଯୋଗ କରୁଥିବା ଥାନା। ବର୍ତ୍ତମାନ ଏହି ଥାନା ର ଆଇ ଆଇ ସି ଶ୍ରୀଯୁକ୍ତ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଜ ପ୍ରୟାସ ରେ ବହୁ ଜାଗା ରେ ଚଢାଉ କରି କିଛି ମାତ୍ରା ରେ ସଫଳ ହୋଇ ଥିଲେ ମଧ୍ୟ, ଏହା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ପ୍ରତୀୟମାନ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ତିହିଡ଼ି ପୋଲିସ ପୁରା ମାତ୍ରା ରେ ଏହି ଚୋରା କାରବାର ରୋକିବାରେ ବିଫଳ ହେଉଛି। ଅନ୍ୟ କାହା ଚାପ ରେ ତିହିଡ଼ି ପୋଲିସ ନୀରବ ରହୁଛି। ଯଦି ପୋଲିସ ନିରବଦ୍ରଷ୍ଟା ରହିବ ତିହିଡ଼ି ବ୍ଲକ ଖୁବ୍ ଶୀଘ୍ର ଧଳା ସହର ରେ ପରିଣତ ହେବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment