ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ରେ ୧୯୯୯ ମସିହା ର ବଂଧୁ ମିଳନ ଓ ଗୁରୁ ପୂଜନ ଉତ୍ସଵ ମହାସମାରୋହରେ ପାଳିତ

Spread the love

ତିହିଡ଼ି  ୨୩/୩/୨୬ (ସନ୍ଧାନ ନ୍ୟୁଜ )  ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ସରକାରୀ ରାମାନୁଜ ବିଦ୍ୟାପୀଠ ରେ ୧୯୯୯ ମସିହା ର ବଂଧୁ ମିଳନ ଉତ୍ସବ ଓ ଗୁରୁ ପୂଜନ ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜୟକୃଷ୍ଣ ନାୟକ ବାପା ମା ଙ୍କ ଆଶିଷ କିପରି ପାଇବେ, ସେ ବିଷୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ରାଜ କିଶୋର ନାୟକ ଛାତ୍ର ଓ ଶିକ୍ଷକ ର ସଂପର୍କ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ମଦନ ମୋହନ ମୁଦୁଲି, ରଞ୍ଜିତ ପ୍ରସାଦ ଦାସ, ଆର ଭିତଲ ରାଓ, ସୀତାକାନ୍ତ ଶତପଥୀ, ମହମ୍ମଦ ଅକ୍ତର, ଶଶି ଭାଇ, ବ୍ରଜ ଭାଇ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ଛାତ୍ର ସଞ୍ଜୟ ସାହୁ, ଜ୍ଞାନ ରଞ୍ଜନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଯେଉଁ ମାନେ ଆଗେଇ ନେଇଥିଲେ, ସେମାନେ ହେଲେ ଲୋପାମୁଦ୍ରା ମଲ୍ଲିକ, କୁନିଲତା ବେହେରା,ପ୍ରଜ୍ଞା ପାରମିତା ମହାପାତ୍ର, ସସ୍ମିତା ରାଉଳ, ପ୍ରିୟତମା ପଣ୍ଡା,ସ୍ନେହଲତା ବିଶ୍ୱାଳ, ପୁସ୍ପିତା ବଳ, ଅପୂର୍ବରଞ୍ଜନ ସାହୁ, ରବି ନାରାୟଣ ସାହୁ, କରୁଣାକର ନାୟକ, ଜ୍ଞାନ ରଞ୍ଜନ ବିଶ୍ୱାଳ, ଗୌରାଙ୍ଗ ସାହୁ, ସୁଲିଲ ମୁଦୁଲି, ନବ କିଶୋର ସାହୁ, ଜନ୍ମଜେୟ ବିଶ୍ୱାଳ, ରାଜେନ୍ଦ୍ର ସେଠୀ, ମାନସ ସାହୁ, ବାବାଜୀ ବେହେରା, ଦିଗନ୍ତ ଦାସ, ଛବି ନାୟକ ଯୋଗ ଦେଇ ଉତ୍ସଵ କୁ ସରସ ସୁନ୍ଦର କରିବା ପାଇଁ ଚେଷ୍ଟା କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment