ଯାଜପୁର ସଦର, ୨୨/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା କୟାଁ,କମାରଡ଼ିହ,ଖାନନଗର,ନିଜାମପୁ ର,ଦତ୍ତପୁର ଆଦି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ରବିଧାନ ଚାଷକୁ ନିଜର ଜୀବିକା ରୂପେ ଆଦରି ନେଇଥିବାବେଳେ ଜଳ ସଙ୍କଟ ନେଇ ଚାଷୀ ମାନଙ୍କର ସମସ୍ୟା ଏବେ ମୁଣ୍ଡ ବଥାର କାରଣ ସାଜିଛି ।ଚାଷୀମାନେ ପାଣି ପାଇଁ ମୁଖ୍ୟତ ବୈତରଣୀ ନଦୀ ଉପରେ ନିର୍ଭର କରିଥାନ୍ତି।ଉପର ମୁଣ୍ଡରୁ ବୈତରଣୀ ନଦୀରେ ପାଣି ନଆସିଲେ ଜୁଆର ପାଣି ଲୁଣିଆ ହୋଇଯାଇ ଥାଏ ।ଜଦି ବର୍ଷା ନହୁଏ ତେବେ ଲୁଣା ଜୁଆର ଆସି କ୍ଷେତ ସମ୍ପୂର୍ଣ ନଷ୍ଟ କରିଦେଇଥାଏ।ଚଳିତ ବର୍ଷ ବର୍ଷା ନଥିବା ବେଳେ ଉପର ମୁଣ୍ଡରୁ ବୈତରଣୀରେ ପାଣି ଛଡା ଯାଉନଥିବା ନେଇ ଚାଷୀ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ତେବେ ଉକ୍ତ ଦୁଇଟି ବାଟରେ ମିଠା ଜଳ ଆସୁନଥିବାବେଳେ ଲୁଣା ଜୁଆର ଆସୁଛି ଯାହା ଚାଷୀଙ୍କ ମୁଣ୍ଡ ବଥାର କାରଣ ହୋଇଛି।ଯଦି ପ୍ରଶାସନ ବୈତରଣୀ ନଦୀରେ ତୁରନ୍ତ ପାଣି ନଛାଡ଼ନ୍ତି ତେବେ ଚାଷୀକୁଳ ସମ୍ପୂର୍ଣ୍ଣ ଉଜୁଡିଯିବ ବୋଲି କୃଷିବିତ ମାନେ ମତ ଦେଇଛନ୍ତି।ତେବେ ପ୍ରଶାସନ ବୈତରଣୀ ନଦୀରେ ତୁରନ୍ତ ପାଣି ଛାଡିବା ପାଇଁ ମା ଜୟଚଣ୍ଡୀ କୃଷକ ସଭା ତରଫରୁ ବହୁ ଚାଷୀ ଆଜି ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
ବୈତରଣୀ ନଦୀରେ ପାଣି ଛାଡିବା ପାଇଁ ମା ଜୟଚଣ୍ଡୀ କୃଷକସଭା ପକ୍ଷରୁ ଦାବି
|
March 22, 2026 |



