ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତ୍ୟାବର୍ତ୍ତନ ପାଇଁ ସାମୁହିକ ପ୍ରାର୍ଥନା।

Spread the love

ଜେନାପୁର/,୧୪/୩ (ସନ୍ଧାନ ନ୍ୟୁଜ): ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ବନ୍ଦ ଏବଂ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଯାଜପୁର ରୁ ଏକ ସାମୁହିକ ବାର୍ତ୍ତା ଏବଂ ପ୍ରାର୍ଥନା କରାଯାଇଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ କବାଟବନ୍ଧ ମେଡ଼ିକାଲ ପରିସରରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମଧ୍ୟପ୍ରାଚ୍ୟରେ ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ୧୫ ଦିନରେ ପହଞ୍ଚିଛି। ଏହି ଭୟଙ୍କର ଯୁଦ୍ଧରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଆହତ ହେଲେଣି ।ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରଖୁଥ‌ିବା ବେଳେ ସମଗ୍ର ଅଞ୍ଚଳ ବିସ୍ଫୋରଣରେ ଥରହର ହେଉଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶନିବାର ମେଡ଼ିକାଲ ପରିସରରେ ସ୍ଥାନୀୟ ଅଞ୍ଚଳର ମର୍ଜିତାପୁର,କବାଟବନ୍ଧ, ରାଇଛନ୍ଦା, ତାଳଜଙ୍ଗ, ରେଖିଦେଇପୁର, ବୃନ୍ଦାଦେଇଦେଇପୁର, ସମେତ ବିଭିନ୍ନ ଅଞ୍ଚଳରୁ ଯୁବକ ଏବଂ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି। ଦେଶ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଏକ ହୋମ ଯଜ୍ଞ କରାଯାଇଥିଲା। ଯୁଦ୍ଧ କାରଣରୁ ବିଶ୍ୱ ପ୍ରଭାବିତ ହେଉଥିବା ବେଳେ ଓଡ଼ିଶାରେ ବିଭିନ୍ନ ସାମଗ୍ରୀ ଏବଂ ଗ୍ୟାସ ଦର ବୃଦ୍ଧି ଏବଂ ସଙ୍କଟ ସମ୍ଭାବନା ରହିଛି।ସଚେତନ ନାଗରିକ ମଞ୍ଚ ର ଆବାହକ ସରୋଜ ବେହେରା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କବାଟବନ୍ଧ ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ। ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ହଜାର ହଜାର ସଂଖ୍ୟା ରେ ଟୁଇଟ କରି ଏହି ବାର୍ତ୍ତା ଟ୍ରମ୍ପ ଙ୍କ ନିକଟରେ ପହଞ୍ଚାଇବାକୁ ଡାକ୍ତର ଶ୍ରୀ କର ଆହ୍ୱାନ କରିଛନ୍ତି।ମହାପ୍ରଭୁ ଜଗନ୍ନାଥଙ୍କ ପୂଜା କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା। କଣ୍ଠଶିଳ୍ପୀ ବର୍ଷାରାଣୀ ପ୍ରଧାନ ଯୁଦ୍ଧ ବନ୍ଦ ଏବଂ ଏହା ଦ୍ୱାରା ପ୍ରଭାବିତ ହେଉଥିବା ଏବଂ ମୃତ୍ୟୁ ବରଣ କରୁଥିବା ନିରୀହ ଜୀବନ ଏବଂ ସେମାନଙ୍କ ପରିବାରର କଷ୍ଟ ଉପରେ ଆଧାରିତ ଏକ ଭଜନ ପରିବେଷଣ କରିଥିଲେ। ଗ୍ରାମାଞ୍ଚଳରୁ ହ୍ଵାଇଟ ହାଉସ ପର୍ଯ୍ୟନ୍ତ ଏହି ବାର୍ତ୍ତା ପହଞ୍ଚାଇବା ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ର ଅନ୍ତ ଘଟାଇବା ପାଇଁ ଏହାର ଉଦ୍ଦେଶ୍ୟ ରହିଥିବା ସଚେତନ ନାଗରିକ ମଞ୍ଚ ର ଆବାହକ ସରୋଜ ବେହେରା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

Related Posts

About The Author

Add Comment