ସୁନ୍ଦରଗଡ଼ ତା: ୨୫/୨/୨୦୨୬( ସନ୍ଧାନ ନ୍ୟୁଜ) ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ପୁଣି ସକ୍ରିୟ ହୋଇଛନ୍ତି ଠକ। ବୋରୱେଲ ଖୋଳି ଦେବା ବାହାନାରେ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ଏକ ବଡ଼ ଧରଣର ଠକାମିର ଖବର। ଜଣେ ନକଲି ବୋରୱେଲ ଏଜେଣ୍ଟ ଜାଲରେ ପଡ଼ି ନିଜର କଷ୍ଟ ଅର୍ଜିତ ଟଙ୍କା ହରାଇଛନ୍ତି ୪୦ରୁ ଅଧିକ ପରିବାର । ଦୈନନ୍ଦିନ କାର୍ଯ୍ୟ ପାଇଁ ପାଣିର ଆବଶ୍ୟକତା ସବୁବେଳେ ରହିଥାଏ। ଆଉ ଏହି ଆବଶ୍ୟକତାକୁ ଅସ୍ତ୍ର କରି ନିରୀହ ଲୋକଙ୍କ ପାଖରୁ ଲୁଟିଛି ଜଣେ ଧୂର୍ତ୍ତ ଠକ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ସୋଲାର ବୋରୱେଲରେ ୧୫ ହଜାର ଓ ବିଦ୍ୟୁତ ବୋରୱେଲରେ ୧୦ ହଜାର ଟଙ୍କା ଦେଲେ କାର୍ଯ୍ୟକାରୀ କରାଯିବ ଓ ପାଣି ନ ବାହାରିଲେ ଟଙ୍କା ଫେରସ୍ତ କରାଯିବ କହି ପ୍ରାୟ ୪୦ ପରିବାର ରୁ ଜଣ ଚାଷୀଙ୍କ ଠାରୁ ୬ ଲକ୍ଷ ୫୦ ହଜାର ରୁ ଅଧିକ ଟଙ୍କା ହଡ଼ପ କରି ନେଇଛି ଜଣେ ନକଲି ବୋରୱେଲ ଏଜେଣ୍ଟ ।ବୋରୱେଲ ଏଜେଣ୍ଟ ଭାବେ ପରିଚୟ ଦେଇ ନିରୀହ ଲୋକଙ୍କ ବିଶ୍ୱାସକୁ ନେଇ ବୋରୱେଲ ଖୋଳିବା ପାଇଁ ଜଣକ ପିଛା ୧୦ ହଜାର ଟଙ୍କା ରୁ ୧୫ ହଜାର ଲେଖାଏଁ ଆଦାୟ କରିଥିଲେ। ଦିନ ପରେ ଦିନ ବିତିଲା, କିନ୍ତୁ ବୋରୱେଲ ଖୋଳା ହେଲାନାହିଁ। ଯେତେବେଳେ ଅଞ୍ଚଳବାସୀ ଖୋଳତାଡ଼ କଲେ, ଜାଣିବାକୁ ପାଇଲେ ଯେ ସେମାନେ ଏକ ବଡ଼ ଠକାମିର ଶିକାର ହୋଇଛନ୍ତି ଓ ବୋରୱେଲ ଏଜେଣ୍ଟ ଜଣକ ଲେଫ୍ରୀପଡ଼ା ବ୍ଲକ ଅନ୍ତର୍ଗତ କାଦୋମାଲ ଗ୍ରାମର ବୋଲି ଜଣାପଡିଛି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଏକଜୁଟ ହୋଇ ତଳସରା ଥାନାରେ ଏକ ଏଫଆଇଆର (FIR) ଦାୟର କରିଛନ୍ତି। କେଶ ରୁଜୁ ହେବା ଚାରିମାସ ବିତିଯାଇ ଥିଲେ ମଧ୍ୟ ତାର ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ କରା ନ ଯିବା ଆଇନ ଏକ ବିପରୀତ ଦିଗକୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ବୋରୱେଲ ଖୋଲିବାକୁ କେନ୍ଦ୍ରକରି ନକଲି ବୋରୱେଲ ଏଜେଣ୍ଟ ଜାଲରେ କେତେକ ଗ୍ରାମବାସୀ ହେଲେ ଠକାମିର ଶିକାର
|
February 25, 2026 |



