ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆ ରେ ହାଣି ହତ୍ୟା

Spread the love
 ବାଲିଗୁଡା : ୨୦/୨/୨୬  (ସନ୍ଧାନ ନ୍ୟୁଜ)  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି l  ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସାମାନ୍ୟ ମାନସିକ ବିକାରଗ୍ରସ୍ତ ଜଣେ ଯୁବକ ଜପ ମଲିକ (୪୫) ଓ ଡକିଲା ମଲିକ (୪୨) ମଧ୍ୟରେ କିଛି କଥା କୁ ନେଇ ସାମାନ୍ୟ ବଚସା ହୋଇଥିଲା। ମାନସିକ ରୋଗୀ ଜପ ମଲିକ ହଠାତ୍ ରାଗି ଯାଇ ଡକିଲା ମଲିକ ଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଅଞ୍ଚଳବାସୀ। ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଡକିଲା ମଲ୍ଲିକ ଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ, ସେଠାରେ ଡକିଲା ମଲିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଡକିଲା ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜପ ମଲିକ ଙ୍କୁ ଗିରଫ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l  ଡକିଲା ମଲ୍ଲିକ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ଶିବ ଶଙ୍କର ସିଙ୍ଗ ସୂଚନା ଦେଇଛନ୍ତି।

Related Posts

About The Author

Add Comment