କଟକ, ୧୭/୨/୨୬ (ସନ୍ଧାନ ନ୍ୟୁଜ୍): ବିଭିନ୍ନ ରୋଗ ପାଇଁ ଯୋଗ ଆଧାରିତ ପରାମର୍ଶ ଓ ପ୍ରବନ୍ଧନ ନିଃଶୁଳ୍କ ଯୋଗ ଶିବିର କଟକ ସଦର କନ୍ଦରପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଭାରତୀୟ ଯୋଗ ସଂସ୍ଥାନ ନୂଆ ଦିଲ୍ଲୀ ପକ୍ଷରୁ ଏଵଂ ସାମାଜିକ ସଂଗଠନ ଅରୁଣ ନନ୍ଦ ଫାଉଣ୍ଡେସନ କନ୍ଦରପୂର ପରିଚାଳନାରେ ଆୟୋଜିତ ହୋଇ ସ୍ଥାନୀୟ ଅଞ୍ଚଳରୁ ୧୬୦ ଅଧିକ ଲୋକ ଯୋଗଦାନ କରିଥିଲେ । ଅରୁଣ ନନ୍ଦ ଫାଉଣ୍ଡେସନ ସଭାପତି ଦକ୍ଷ ସଂଗଠକ କରୁଣାକର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି,ଭାରତୀୟ ଯୋଗ ସଂସ୍ଥାନ ଅଧିକାରୀ ଅକ୍ଷୟ କୁମାର ସ୍ୱାଇଁ,ରଘୁନାଥ ରେଡ଼ି,ରାମେୟା ରେଡି,କେଭି ଆପ୍ପାରାଓ,କଟକ ଜିଲ୍ଲା ଉପ ପ୍ରଧାନ କେଦାର ନାଥ ଜାଲି,କ୍ଷେତ୍ର ସଂଗଠନ ମନ୍ତ୍ରୀ ରଘୁନାଥ ପୃଷ୍ଟି,ସଂଗଠନ ମନ୍ତ୍ରୀ ଡକ୍ଟର ଶୈଳଜା ନନ୍ଦିନୀ ପଣ୍ଡା,କବିତା ପ୍ରଧାନ,ଭୁବନେଶ୍ବର ହଉସିଂ ବୋର୍ଡ ଯୋଗକେନ୍ଦ୍ର ପ୍ରମୁଖ ଡକ୍ଟର ସନ୍ତୋଷ ମିଶ୍ର,କ୍ଷେତ୍ର ମନ୍ତ୍ରୀ ସଂତୋଷ ସାହୁ,ସଙ୍ଗୀତା ପ୍ରଧାନ,କେନ୍ଦ୍ର ପ୍ରମୂଖା ମାଳତୀ ମହାନ୍ତି,ପ୍ରମୂଖା ମିନତୀ ପରିଡା,କେନ୍ଦ୍ର ଉପ ପ୍ରମୁଖା ବନିତା ମଲ୍ଲିକ,କେନ୍ଦ୍ର ଶିଖିକା ରୁକ୍ମଣୀ ବେଉରା,ତୁଳସୀ ସାହୁ,ଗୀତାଞ୍ଜଳି ପାଲଟା ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ରାଉଳ,ଯୋଗେନ୍ଦ୍ର ନାଥ ଭୋଇ,ଜୀବନ ରାଉତରାୟ,ମନମୋହନ ପରିଡା,ଅନିଲ ଭୋଇ,ଜୀବନ ପରିଡ଼ା,ନିରଞ୍ଜନ ଲେଙ୍କା,ତ୍ରିଲୋଚନ ଦାଶ,ଅରବିନ୍ଦ ସାହୁ,ପ୍ରଦୀପ କୁମାର ସାହୁ,ଜ୍ଞାନ ରଞ୍ଜନ ଜେନା,ଅଧ୍ୟାପକ ବାସୁଦେବ ସ୍ଵାଇଁ,ଅଶୋକ ପଟ୍ଟନାୟକ,ଇଂ.ସେବକ ଶ୍ରୀକାନ୍ତ,ଅକ୍ଷୟ ଜେନା,ମନୋଜ ମୁଦୁଲି,ସରପଞ୍ଚ ସୁଭାଷିନୀ ରାଉତ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି,ବିଘେଂଶ ରାଉତ,ପୀୟୂଷ ପରିଡ଼ା,ସିଦ୍ଧାନ୍ତ ଭୋଇ,ନରେନ୍ଦ୍ର ସାହୁ , ପ୍ରସନ୍ନ ତ୍ରିପାଠୀ,ଅନିଲ ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।
ଅରୁଣ ନନ୍ଦ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ।
|
February 17, 2026 |



