ରାସ୍ତା ଖୋଳି ସ୍ଲାରୀ ପାଇପ୍ ନେବାରୁ ପ୍ରବଳ ଧୂଳି ପାଇଁ ରାସ୍ତାରୋକ 

Spread the love
ଯୋଡା,  ୯/୨/୨୬  (ସନ୍ଧାନ ନ୍ୟୁଜ ) କେନ୍ଦୁଝର ଜିଲ୍ଲା ରାଜ୍ୟ ରାଜପଥ ନଂ ଦୁଇ ର ବଂ।ଶପ।ଣି ଅଞ୍ଚଳରେ ପ୍ରବଳ ଧୂଳି ଉଡୁ ଥିବା ଯୋଗୁଁ ଲୋକଙ୍କ ଦ୍ଭାତ ହାଣ୍ଡିରେ ମଧ୍ୟ ଦେଖି ବାକୁ ମିଳୁଛିଧୁଳି  ସକାଳ ପ୍ରାୟ ଆଠଟା ସମୟ ସ୍ଥାନୀୟ ବସ୍ତି ବାସିନ୍ଦା  ରବିବାର  ରାସ୍ତା ରୋକ କରିଥିଲେ ।ଆନ୍ଦୋଳନ  କ।ରୀମାନେ ଅଭିଯୋଗ କରିଥିଲେ ଯେ,ବିଭିନ୍ନ ଖଣି ରୁ  ବଂ।ଶ ପାଣି ରେଳ ସାଇଡିଂ ଓ ବିଭିନ୍ନ ସ୍ଥାନକୁ ଦିବା ରାତ୍ର ହଜାର ହଜାର ସଂଖ୍ୟାରେ ଖଣିଜ ବୋଝେଇ ଟ୍ରକ ଯାତାୟାତ କରୁଛି ।ଫଳରେ ରାସ୍ତା ସୋଚୋନୀୟ ହୋଇ ପଡ଼ିଛି ।ଏହି ରାସ୍ତା ରୁ ପ୍ରବଳ ଧୂଳି ଉଡିବା ଯୋଗୁଁ ସ୍ଥାନୀୟ ବସ୍ତି ବାସିନ୍ଦା ମାନେ ଧୂଳି ର ଆସ୍ତରଣ ରେ ଅଣ ନିଃଶ୍ୱାସି ହୋଇ ପଡିଛନ୍ତି ।ଧୂଳି ଉଡି ଘର ଦ୍ବାର ଭିତରେ ପଶୁଛି ।ରାସ୍ତା ମରାମତି ଓ ଧୂଳି ପ୍ରଦୂଷଣ କୁ ରୋକିବା ପାଇଁ ପ୍ରଶାସନ ଓ ଖଣି କମ୍ପାନୀ ମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି ।ରାସ୍ତା ମରାମତି ପ୍ରତି ପୂର୍ତ୍ତ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବାରୁ ପ୍ରଦୂଷଣ ର ଶିକାର ହୋଇ ଲୋକେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି ।ବିଶେଷ କରି ଶିଶୁ ମାନେ ଏପରି ବିଷାକ୍ତ ଧୂଳି ଯୋଗୁଁ ବିଭିନ୍ନ ମାରାତ୍ମକ ରୋଗ ର ଶିକାର ହେଉଛନ୍ତି  ଧୂଳି ଧୂଆଁ କୁ ପ୍ରତିହତ କରିବା ପାଇଁ ଜଳ ସିଞ୍ଚନ ପ୍ରତି କେହି ଦୃଷ୍ଟି ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।ଏହା ସହିତ ରାସ୍ତା କଡ଼ରେ ସ୍ଲରୀ ପାଇପ ଲାଇନ୍ ଖୋଳ। କାର୍ଯ୍ୟ ଯୋଗୁଁ ରାସ୍ତା କଡ଼ରେ ମାଟି ପଡ଼ି ରହୁଚି ।ସଂପୃକ୍ତ କମ୍ପାନୀ ମାନେ ତାହାକୁ ସମତୁଲ ନ କରି ଛାଡ଼ି ଦେଉଛନ୍ତ ।ରାସ୍ତାରେ ଜଳ ସିଞ୍ଚନ କରୁ ନ ଥିବାରୁ  ଏଥିରୁ ଧୂଳି ଉଡ଼ି ଅଞ୍ଚଳ ପ୍ରଦୂଷିତ ହେଉଛି ବୋଲି ଲୋକେ ଅଭିଯୋଗ କରିଥିଲେ ।ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ରୋକ ହେବ ପରେ ଯାନବାହାନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହୋଇ ଥିଲା  ରାସ୍ତାରେ ଶହ ଶହ ଯାନବାହନ ଅଟକି ରହି ପ୍ରବଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।ଘଟଣାସ୍ଥଳ ରେ ପୋଲିସ ପହଂଚି ଆନ୍ଦୋଳନ କାରୀ ଙ୍କ ସହ ବୁଝା ସୁଝା କରି ରାସ୍ତାରେ ଜଳ ସିଞ୍ଚନ ର ପ୍ରତିଶୃତି ଦେବା ପରେ ରାସ୍ତା ରୋକ୍ ହଟି ଥିଲା । ଏ ସମ୍ପର୍କରେ ଯୋଡା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ସାମଲ କହିଛନ୍ତି ଯେ, ଆସନ୍ତା କାଲି ଠାରୁ ରାସ୍ତାରେ ଜଳ ସିଞ୍ଚନ ର ବ୍ୟବସ୍ଥା କରାଯାଇଛି ।ନିୟମିତ ଭାବେ ଜଳ ସିଞ୍ଚନ କରାଯିବ  ବୋଲି ସେ କହିଥିଲେ ।

Related Posts

About The Author

Add Comment