ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୟାକଳ୍ପ ଟିମ : ସାମ୍ବାଦିକଙ୍କୁ ଦେଖି ଲୁଚିଲେ ପ୍ରସୂତି କକ୍ଷରେ

Spread the love
ବରୀ,(ସନ୍ଧାନ ନ୍ୟୁଜ) : ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କାୟାକଳ୍ପ ଟିମ ପହଞ୍ଚି ସ୍ୱଛତା ତଦାରଖ କରିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରେସିଂ ରୁମ, ଜରୁରୀକାଳୀନ କକ୍ଷ, ଆଶା ଗୃହ, ଔଷଧ ବିତରଣ କେନ୍ଦ୍ର, ଲେବର ରୁମ, ନର୍ସଷ୍ଟେସନ, ଶୌଚାଳୟ, ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ପରୀକ୍ଷାଗାର ପାନୀୟ, ଜଳର ବ୍ୟବସ୍ଥା ଓ ସ୍ୱଛତାକୁ ଯାଞ୍ଚ କରିବା ସହ ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କରି କାୟାକଳ୍ପ ସମ୍ବଦ୍ଧିୟ ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ l  ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସବ୍ୟସାଚି ଦାସଙ୍କୁ  ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ବେଳେ ଦେଖିବାକୁ ମିଳି ନଥିବା ବେଳେ ସେ ଅଫିସରେ ବସି ନଥିପତ୍ର ଯାଞ୍ଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ବୋଲି ଜୈନ୍ୟେକ କର୍ମଚାରୀ କହିଥିଲେ। ଏହି ସମୟରେ ଉପସ୍ଥିତ ଥିବା ରୋଗୀ ଓ ଅଞ୍ଚଳ ବାସିଙ୍କ ମତ ଅନୁଯାଇ କାୟାକଳ୍ପ ଟିମ ଆସିବା କାରଣରୁ ହସ୍ପିଟାଲରେ ଏପରି ସଫେଇ ହୋଇ  ବ୍ଲିଚିଂ ପଡ଼ିବା ସହ ଫୁଲ କୁଣ୍ଡ ଆଣି ଥୁଆ ହୋଇଛି ଏପରିକି ବ୍ୟବହାର ହୋଇଥିବା ସାମଗ୍ରୀ କେବଳ ଲୋକ ଦେଖାଣିଆ ଭାବେ ରଖା ଯାଇଛି ସତେ ଯେମିତି ବିଶ୍ଵକର୍ମା ପୂଜା ହେବାକୁ ଯାଉଛି। ଯଦି ସବୁବେଳେ ଏପରି ସଫେଇ ରଖା ଯାଆନ୍ତା ତେବେ ବରୀବାସି ଉପକୃତ ହୋଇ ପାରନ୍ତେ।  ବିଗତ ଦିନରେ  ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛତା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଅନେକ ଥର ଖବର ପ୍ରସାରଣ ହୋଇଥିଲା । ବରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ସ୍ୱଛତା ଉପରେ ଦୃଷ୍ଟି ଦିଆଯାଉଛି କିପରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁଛି  କିପରି ନିଯୁକ୍ତି ପାଇଥିବା ଡାକ୍ତର ପାଳି କରି ଡିୟୁଟି କରୁଛନ୍ତି ତାହାର ବାସ୍ତବ ଖବର ପ୍ରକାଶିତ ହୋଇଥଲା ହେଲେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ କେବେ ଗୁରୁତ୍ବ ଦେଇନଥିଲେ। ରୋଗୀଙ୍କ ପାଇଁ ଲାଗିଥିବା ଟିଭି ଅଚଳ ହୋଇ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାନୀୟ ଜଳ ଓ ରୋଗୀଙ୍କ ପାଇଁ ଶୌଚାଳୟ ନଥିବା ଦେଖିବାକୁ ମିଳିଛି। ଆଜି ରଖାଯାଇଥିବା ସମସ୍ତ ସାମଗ୍ରୀ କାୟାକଳ୍ପ ଯୋଜନାରୁ ଆସିଥିଲେ ମଧ୍ୟ୍ୟ ଡାକ୍ତର ଖାନା କର୍ମଚାରୀ ନିଜ ବାସଭବନରେ ଲଗାଇ ମଉଜ କରୁଥିବା ଅଭିଯୋଗ ହେଉଛି l ସବୁଠାରୁ ଚକିତ କରିବା ବିଷୟ କାୟାକଳ୍ପ ଟିମ ସାମ୍ବାଦିକଙ୍କୁ ଦେଖି ତରବରିଆ ଭାବେ ପ୍ରସୂତି ଗୃହ ମଧ୍ୟରେ ଟ୍ରେନିଙ୍ଗ ବାହାନାରେ ଦୀର୍ଘ ସମୟ ବିତାଇ ଦେଇଥିଲେ। ସାମ୍ବାଦିକ ମାନେ ପ୍ରତିକ୍ରିୟା ନେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବାହାରିଥିଲେ। ସାମ୍ୱାଦିକ ମାନେ କିଛି ପ୍ରଶ୍ନ କରିବାରୁ ଆମେ କେବଳ ସ୍ୱଚ୍ଛତା ଉପରେ ହିଁ ଦେଖୁଛୁ ବୋଲିହ କହି ଏଡାଇ ଚାଲି ଯାଇଥିଲେ। ଏଥିରୁ ଦେଖିବାକୁ ମିଳିଲା କାୟାକଳ୍ପ ଟିମ ପରିଦର୍ଶନ ଏକ ଲୋକ ଦେଖାଣିଆ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କାୟାକଳ୍ପ ଟିମଙ୍କ ମଧୁଚନ୍ଦ୍ରିକାରେ ବଡ଼ ହରିଲୁଟ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି l

Related Posts

About The Author

Add Comment