ସୁନ୍ଦରଗଡ଼ ତା:୨୪-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତ ରାତିରେ କେହି ଅଜଣା ଦୁର୍ବୁତ୍ତ ସବଡେଗା ବ୍ଲକ କିରାଲଗା ଗ୍ରାମ ପଞ୍ଚାୟତ ହରକ ପଡା ଗ୍ରାମ ନନ୍ଦ କିଶୋର ପ୍ରସାଦ ଙ୍କ ଟେମ୍ପୁ କୁ ସମ୍ପୂର୍ଣ ଭାବେ ଜାଳି ଦେଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ସବଡେଗା ବ୍ଲକ କିରାଲଗା ଗ୍ରାମ ପଞ୍ଚାୟତ ର ନନ୍ଦ କିଶୋର ପ୍ରସାଦ ପରିବାର ଭରଣ ପୋଷଣ କରିବା ପାଇଁ ତାଙ୍କର ସ୍ତ୍ରୀ ଶ୍ରୀମତି ସୁନିତା ମହାନନ୍ଦିଆ ଙ୍କ ନାଁ ରେ (OD16E 8166)ନମ୍ବର ଥିବା ଟେମ୍ପୁ ଟିଏ କିଣି ଚଳାଇ ପରିବାର ଭରଣ ପୋଷଣ କରୁଥିଲେ l ଏହି ଟେମ୍ପୁ କୁ ଦିନ ସାରା ଚଳାଇ ରାତିରେ ସବୁ ଦିନ ତାଙ୍କର ଘର ଦୁଆର ରେ ଆଣି ରଖନ୍ତି l ସବୁ ଦିନ ପରି କାଲି ସେ ଦିନ ସାରା ଟେମ୍ପୁ ଚଳାଇ ରାତିରେ ଟେମ୍ପୁ କୁ ଆଣି ଘର ଦୁଆର ରେ ରଖି ଦେଇ ଖିଆ ପିଆ କରି ଶୋଇ ପଡିଲେ l ସକାଳେ ଉଠି ଦେଖନ୍ତି ତ ତାଙ୍କର ଟେମ୍ପୁ ସମ୍ପୂର୍ଣ ଭାବରେ ଜଳି ପୋଡି ଯାଇଛି ଏହା ପରେ ତଲସରା ଥାନା କୁ ଲିଖିତ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି l ଥାନା ରେ ଲିଖିତ ଅଭିଯୋଗ କରିଥିବା ଅନୁସାରେ ଜଳି ଯାଇଥିବା ଟେମ୍ପୁ ରେ ଟେମ୍ପୁ ର ସମସ୍ତ କାଗଜ ପତ୍ର ସହିତ ନଗଦ ୨୨ହଜାର ୫୦ ଟଙ୍କା ଥିଲା ବୋଲି ସୂଚନା ମିଳିଛି l ଲିଖତ ଅଭିଯୋଗ ପାଇ ତଲସରା ଅଧିକାରୀ ଏହାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ହରକ ପଡା ଗ୍ରାମ ରେ ରାତି ଅଜଣା ଦୁର୍ବୁତ୍ତ ଜାଳି ଦେଲେ ଟେମ୍ପୁ, ଥାନା ରେ ଏତଲା l
|
January 24, 2026 |



