ବରୀ, ୨୪/୧/୨୬ (ସନ୍ଧାନ ନ୍ୟୁଜ) : ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରେ ମା ବିଦ୍ୟା ଦାତ୍ରିଙ୍କ ପୁଜା। ମା ସରସ୍ଵତୀ ପୂଜା ପାଇଁ ଉତ୍ସବ ମୁଖର ଗାଁ ଠୁ ସହର। ବରୀ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା । ପୂଜା ମଣ୍ଡପ ମାନଙ୍କରେ ସୁନ୍ଦର ସାଜ ସଜ୍ଜା ସାଙ୍ଗକୁ ମେଢ଼ ତୋରଣ ଓ ରଙ୍ଗିନ ଆଲୋକରେ ଝଲସୁଛି ପୂଜା ମଣ୍ଡପ । ଶିଳ୍ପୀର ତୂଳୀର ଶେଷ ସ୍ପର୍ଶରେ ମା ବାଗ୍ଦେବି ଦେଵୀଙ୍କ ମୂର୍ତ୍ତି ଜୀବନ୍ତ ରୂପେ ଗଢା ହୋଇ ପୁଜା ପାଉଛନ୍ତି ମା। ଦର୍ଶନ ପାଇଁ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଯାହାକୁ ନେଇ ପୂଜା ମଣ୍ଡପରେ ବେଶ୍ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।ସେହିପରି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହା ଆଡ଼ମ୍ବରରେ ପୂଜା କରିଛି ବରୀ ବ୍ଲକ୍ ଅରଙ୍ଗାବାଦ ପଞ୍ଚାୟତର ଆନନ୍ଦପୁର ସରସ୍ଵତୀ ପୂଜା କମିଟି। ମା ଙ୍କ ପୂଜାକୁ ସରସ ସୁନ୍ଦର ସହିତ ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପାଦନା କରିବାକୁ ନିଷ୍ପତି ନେଇଥିଲା ପୂଜା କମିଟି। ସକାଳୁ ଯଥାବିଧି ପୂଜାର୍ଚ୍ଚନା ପରେ ହୋମ ଯଜ୍ଞପରେ ଶ୍ରଦ୍ଧାଞ୍ଜଳି ଦେଇ ପ୍ରସାଦ ସେବନ କରି ବେଶ୍ ଖୁସି ଶ୍ରଦ୍ଧାଳୁ । ପୁଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁଜା ସମ୍ପାଦନ କରିବା ସହ ପୁଷ୍ପାଞ୍ଜଳି ଦେଇଥବା ବେଳେ ଗାଁ ର ସମସ୍ତ ଲୋକ ପୂଜାରେ ଉପସ୍ଥିତ ରହି ମା ଙ୍କ ଆଶିର୍ବାଦ ନେବା ସହ ସହଯୋଗ କରିଥିଲେ।
ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପୂଜା ପାଇଁ ଉତ୍ସବ ମୁଖର ବରୀ
|
January 24, 2026 |



