କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର 

Spread the love
ବାଲିଗୁଡା, ୨୨/୧/୨୬  (ସନ୍ଧାନ ନ୍ୟୁଜ) : ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ – ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି l  ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି। ରାୟଗଡ଼ା ଜିଲ୍ଲା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାହୁନା) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାର ବ୍ୟାନର କୁ ନେଇ ପୁଲିସ ଚିନ୍ତାରେ ପଡିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସିମାନ୍ତ ଫୁଲବାଣୀ ଜିଲ୍ଲା ରେ ଏବେ ମାଓବାଦୀ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳ ରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି। ଏହି ବ୍ୟାନର ରେ ଖଣି ଖାଦାନ କୁ ବିରୋଧ କରି ବିଭିନ୍ନ ବିଷୟ ଉଲ୍ଲେଖ ଥିବା ଜଣାପଡିଛି।

Related Posts

About The Author

Add Comment