ବରୀ, ୨୦/୧/୨୬ (ସନ୍ଧାନ ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ଅଜାଣ ଶୁକଳେଶ୍ୱର ମନ୍ଦିର ପଡିଆରେ ରବିବାର ଦିନ ସମଗ୍ର ହିନ୍ଦୁ ସମାଜ ବରୀ ଖଣ୍ଡ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଓ ବିଶ୍ଵଶାନ୍ତି ଯଜ୍ଞ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ଗାୟତ୍ରୀ ବଲ୍ଲଭାନନ୍ଦ ମହାରାଜ, ମୁଖ୍ୟ ବକ୍ତା ଅସିତ କୁମାର ସାହୁ, ଓଡିଶା ପୂର୍ବ ପ୍ରାନ୍ତ ସଂଯୋଜକ, ସ୍ୱୟଂ ସେବକ ସଙ୍ଘ ସମ୍ମାନିତ ଅତିଥି ଗଗନ ମହାରାଜ, ନାଗବଣ ମଠ, ନେମାଳ, ଶ୍ୟାମସୁନ୍ଦର ମହାରାଜ, କଳାମାଟିଆ ମଠ ପିତାମ୍ବର ଦାସ ମହାରାଜ, ଅଜାଣ ମଠ ମେଦୁଆକୁଳ ପ୍ରମୂଖ ଯୋଗଦେଇଥିଲେ। ଶିକ୍ଷାବିତ ମକାରଧ୍ଵଜ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରୀ ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ କବିର ଦାସ ଏବଂ ରବୀନ୍ଦ୍ର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ସକାଳ ନଅଟା ବେଳେ ବିଶ୍ଵଶାନ୍ତି ଯଜ୍ଞ ସମାପ୍ତ ପରେ ଏକ ଘଣ୍ଟାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପରେ ପରେ ସାଧୁ ସନ୍ଥ ମାନଙ୍କ ଆଶ୍ରବାଣୀ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ବରୀ ଅଞ୍ଚଳର ସର୍ବଶ୍ରେଷ୍ଠ ଯୌଥ ପରିବାରର ମୁରବୀ ତଥା ଶିକ୍ଷାବିତ୍ ମିର୍ଜାପୁର ଗ୍ରାମର ନୃସିଂହ ଚରଣ ଦାଶ, ଅଲିଆବାଦ ଗ୍ରାମର ପରିବେଶବିତ ଭରତ ଚନ୍ଦ୍ର ଜେନା ଏବଂ ସର୍ବାଧିକ ଶବଦାହ କରିଥିବା ନବଘନ ଶାନ୍ତି, ପିତାମ୍ବର ଦାସ, ଚନ୍ଦ୍ରକାନ୍ତ ଜେନା, କରୁଣାକର ଦାସ, ମୁରଲୀ ବେହେରା ଏବଂ ରତ୍ନଗିରି ପଂଚାୟତର ପୂର୍ବତନ ସରପଞ୍ଚ ଅଶୋକ ଜେନାଙ୍କୁ ଅତିଥିମାନେ ଉତ୍ତରୀୟ ଓ ବୃକ୍ଷ ଚାରା ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରୀ ସ୍ୱୟଂ ସେବକ ସଙ୍ଘ ସଂଯୋଜକ ରାକେଶ ସାମଲ, ଧୀରେନ୍ଦ୍ର ଦାସ, ସୁଶାନ୍ତ ପଣ୍ଡା, ତପନ ପଣ୍ଡା, ସବ୍ୟସାଚୀ ଜେନା, ଗୋବର୍ଦ୍ଧନ ରାଉତ, ନିରଞ୍ଜନ ପଣ୍ଡା ତଥା ବହୁ ହିନ୍ଦୁବାଦୀ ବ୍ୟକ୍ତି ମୁଖ୍ୟ ଭୂମିକାରେ ଥିଲେ। କାର୍ଯ୍ୟକ୍ରମରେ ଚାରି ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ହିନ୍ଦୁ ସମ୍ମିଳନୀ ଓ ବିଶ୍ଵଶାନ୍ତି ଯଜ୍ଞ ଉଦଯାପିତ
|
January 20, 2026 |



