ସୁନ୍ଦରଗଡ଼ ତା:୧୨-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ତିଳେଇକାନୀ (ଧୋଦ୍ରୋ ପଡା )ଠାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଯାଇଛି l ଏହି ବୈଠକ ରେ ତିଳେଇକାନୀ ସରପଞ୍ଚ ଶ୍ରୀ ଯୁକ୍ତ ମାକ୍ସସିମୁସ ବାର୍ଲା, ସମିତି ମେମ୍ବର ଶ୍ରୀ ଯୁକ୍ତ ସୁରେଶ ମିଞ୍ଜ, ଜିଲ୍ଲା ପରିଷଦ (ବାଲିଶଙ୍କରା (କ )ଜୋନ ଶ୍ରୀ ଯୁକ୍ତ ବିନୋଦ କୁଜୁର, ଦେଓଭୁବନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବାଲିଶଙ୍କରା ବ୍ଲକ ସରପଞ୍ଚ ସଂଘ ର ସମ୍ପାଦକ ଶ୍ରୀ ସଂଜୀବ ବାର୍ଲା, ଧୂବେନ ଦାଣ୍ଡ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଶୂକ୍ରା ବାର୍ଲା, ତିଳଡେଗା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ପଡୋଶୀ ଲେଫ୍ରିପଡା ବ୍ଲକ ର ଅଲାପକା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏମାନ୍ତୁଶ କୁଜୁର, ହୂର୍ମେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଫୁଲମନି ଏକ୍କା ସହିତ ତିଳେଇ କାନି ଗ୍ରାମ ପଞ୍ଚାୟତ ର ଅବସର ପ୍ରାପ୍ତ ଅଧିକାରୀ ତଥା ୱାର୍ଡ ସଭ୍ୟ ସଭ୍ୟା ସହିତ ଅସଂଖ୍ୟ ମହିଳା ପୁରୁଷ ମାନେ ଉପସ୍ଥିତ ଥିଲେ l ତା ସହିତ ତିଳେଇକାନୀ ଗ୍ରାମ ର ବରିଷ୍ଟ ନାଗରିକ ତଥା ସମାଜ ସେବି ଭାବରେ କାମ କରୁଥିବା ଚାକିରୀ ଅବସର ପ୍ରାପ୍ତ ଶ୍ରୀ ଇଲିଆଶ ତୀର୍କୀ, ପ୍ରଦୀପ କୁଜୁର ମଧ୍ୟ ଉପସ୍ଥିତ ଥିଲେ l ଏହି ସଭା ରେ ପ୍ରଦୀପ କୁଜୁର ସଭାର ସଭାପତିତ୍ୱ କରି ସଭା କୁ ପରିଚାଳନା କରିଥିଲେ l ଆଦିବାସୀ ମାନଙ୍କ ଉପରେ ମୁସଲିମ ସମ୍ପ୍ରଦାୟ ର ଲୋକେ କିପରି ବାରମ୍ବାର ଅତ୍ୟାଚାର କରୁଛନ୍ତି ସେ ବିଷୟ ରେ ବିଶେଷ ଆଲୋଚନା ହୋଇଥିଲା l ଆଦିବାସୀ ଲୋକ ମାନଙ୍କୁ କିପରି ତାଙ୍କର କାମ କରାନ୍ତି ଓ କାମ ର ମୂଲ୍ୟ ମଧ୍ୟ ଭଲ ଦିଅନ୍ତି ନାହିଁ l ତିଳେଇକାନି ଗ୍ରାମ ପଂଚାୟତ ର ଶିକାଜୋର ଠାରେ ଚାଲୁଥିବା ଗୋରୁ ବଜାର କୁ ବନ୍ଦ କରିବାକୁ ତଥା ବିଦେଶୀ ମଦ ବିକ୍ରି କିପରି ବନ୍ଦ କରାଯିବ ସେ ବିଷୟ ରେ ଆଲୋଚନା କରାଯାଇଥିଲା l ବୁଲା ଦୋକାନୀ ମାନଙ୍କ ଠାରୁ ଜିନିଷ ନ କିଣିବା ପାଇଁ ମଧ୍ୟ ମନା କରାଯାଇଥିଲା lଏହି କାର୍ଯ୍ୟ ତୁଲାଇବା ପାଇଁ ୧୫ଜଣିଆଁ କମିଟି ଗଠନ କରିବା ପାଇଁ ବିଚାର କରାଯାଇଥିଲା l
ଜନପ୍ରତିନିଧି ଙ୍କୁ ମାଡ ମାରିବା ନେଇ ପଞ୍ଚାୟତ ର ଚାରୋଟି ଗ୍ରାମର ଗୁରୁତ୍ଵପୂର୍ଣ୍ଣ ବୈଠକ
|
January 12, 2026 |



