କରମଡିହି ରେ ଗୁଳିକାଣ୍ଡ, ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଶଲା ଗୁରୁତର

Spread the love

ସୁନ୍ଦରଗଡ ତା:୧୧/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ କରମଡିହିରେ ଫୁଟିଲା ଗୁଳି । ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଶଳା ଅରୁଣ କୁମାର ନାଏକ ଗୁରୁତର । ଦୁଇ ଜଣ ଦୁର୍ବୃତ୍ତ ଆସି କରିଛନ୍ତି ଗୁଳିମାଡ । କରମଡିହି ଗ୍ୟାସ ଦୋକାନରେ ଗୁଳିମାଡ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଶଳା ଅରୁଣ କୁମାର ନାଏକ କରମଡିହି ରେ ରହନ୍ତି ଓ ଗ୍ୟାସ ବ୍ୟବସାୟ କରନ୍ତି ।ଗତକାଲି ସେ ଗ୍ୟାସ ଦୋକାନ ବନ୍ଦ କରି ସେ ଘର୍କୁ ଯାଇଥିଲେ ଓ ଖାଇ ସାରି ସେ ପୁନର୍ବାର ଦୋକାନ ତଦାରଖ କରିବାକୁ ଆସିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଲା ଭାଙ୍ଗିବା ଉଦ୍ୟମ କରୁଥିବା ବେଳେ ତାଙ୍କୁ ମନା କରିବାରୁ ତାଙ୍କ ମୁଣ୍ଡରେ ପଥର ରେ ଆଘାତ କରିବା ସହିତ ତାଙ୍କ ପେଟରେ ଗୁଳିମାଡ ହୋଇଥିବା ସୂଚନା ରହିଛି । ଘଟଣା ଏତେ ଶୀଘ୍ର ହୋଇଥିଲା ସେ କିଛି ବୁଝିପାରି ନ ଥିଲେ ଓ ଟଲି ପଡ଼ିଥିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ଘର ଲୋକ ବାହାରକୁ ଆସିବା ସମୟରେ ଦୁର୍ବୃତ୍ତ ଖସି ପଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୁନ୍ଦରଗଡ ଚିକିତ୍ସାଳୟ ନିଆଯାଇଥିଲା ପରେପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ରାଉରକେଲା କୁ ସ୍ଥାନାନ୍ତରଣ କରାଯାଇଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ  ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପରେ ଟିମ୍ ଗଠନ କରି ତନାଘନା ଆରମ୍ଭ କରିଥିବା ଜଣାପଡିଛି ।ଯାହା ସୂଚନା ରହିଛି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଡୋଶୀ ରାଜ୍ୟର   ମୁଖ୍ୟ ରାସ୍ତାକୁ ସିଲ କରିଥିବା ଜଣାପଡିଛି । ପଥର ମାଡ କରିବାପରେ ଗୁଡ଼ି ମାଡ କରିବା ଏହି ଘଟଣା ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି ।ପ୍ରକୃତ ସତ୍ୟାସତ୍ୟ  ପାଇଁ ଏକ ବଡ ପ୍ରଶ୍ନ ।

Related Posts

About The Author

Add Comment