ସୁନ୍ଦରଗଡ ଜିଲ୍ଲାରେ ଅଗ୍ନିଶମ ବିଭାଗ ଡ୍ରାଇଭର ଅଭାବ, ବିଭାଗୀୟ କତୃପକ୍ଷ ଙ୍କ ମାରଣ। ନୀତି

Spread the love

ସୁନ୍ଦରଗଡ ତା:୧/୧/୨୦୨୬(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ସୁନ୍ଦରଗଡ ଜିଲ୍ଲାରେ ଅଗ୍ନିଶମ ବିଭାଗର ଡ୍ରାଇଭର ସମସ୍ୟାରେ ହାହାକାର ହୋଇପଡ଼ିଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ  ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପାଲି, କୁତ୍ରା ରେ ଡ୍ରାଇଭର ନ ଥିବା ବେଳେ ବାକି ସବୁ ଅଗ୍ନିଶମ ବିଭାଗରେ ଜଣେ  ଡ୍ରାଇଭର ଥିବା ସୂଚନା ମିଳିଛି । ଏହି କାରଣରୁ ପ୍ରତ୍ୟେକ ବିଭାଗର ଡ୍ରାଇଭର କତୃପକ୍ଷ ଙ୍କ କାର୍ଯ୍ୟକୁ ନେଇ ନିଷ୍ପେସିତ ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଅନେକ ଡ୍ରାଇଭରଙ୍କ ଅନେକ ସମୟ ଧରି ଶାରୀରିକ ସହିତ ମାନସିକ ନିର୍ଯ୍ୟାତନା ଭୋଗୁଥିବା ଦେଖିବାକୁ ମିଳିଛି । ଅନେକ ସମୟ ଧରି ପ୍ରଶାସନ ଧ୍ୟାନ ନ ଦେବା ସହିତ ବିଭାଗୀୟ କତୃପକ୍ଷଙ୍କୁ ଅବହେଳା ପାଇଁ ପରିବେଶ ଅସମ୍ଭାଳ ହେବାରେ ଲାଗିଛି । ନୂତନ ଭାବେ ଡ୍ରାଇଭର ନିଯୁକ୍ତି ହେଇଥିବା ବେଳେ ତାଙ୍କ ଟ୍ରେନିଙ୍ଗ ଚାଲିଥିବା ଜଣାପଡ଼ିଥିବା ବେଳେ, ବିଭାଗୀୟ   ଅଧିକାରୀଙ୍କ ଫେର ବଦଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ  ନବବର୍ଷ କାରଣରୁ ସମ୍ବେଦନ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନବବର୍ଷ କାରଣରୁ ଅନେକ ଆପାତକାଳୀନ ପରିସ୍ଥିତି   ଉପୁଜିବା ସହିତ ତା ପାଇଁ  ଦୁର୍ଘଟଣା ଗଟିବାର  ଆଶଙ୍କା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଅଟିଶିଘ୍ର ତାର ସ୍ଥାୟୀ ସମାଧାନ କସୁ ସାଧାରଣରେ ଦାବି ହେଉଥିବା ଜଣାପଡିଛି ।

Related Posts

About The Author

Add Comment