ଡିସେମ୍ବର ୨୬ରେ ସଂସ୍କୃତି, ଐତିହ୍ୟ ଏବଂ ଆଧୁନିକତା ଉପରେ ପୁସ୍ତକ ଡି.ୟୁ. ପବ୍ଲିକ୍ ସ୍କୁଲରେ ଉନ୍ମୋଚିତ ହେବ
ଡିସେମ୍ବର ୨୬ରେ ସଂସ୍କୃତି, ଐତିହ୍ୟ ଏବଂ ଆଧୁନିକତା ଉପରେ ପୁସ୍ତକ ଡି.ୟୁ. ପବ୍ଲିକ୍ ସ୍କୁଲରେ ଉନ୍ମୋଚିତ ହେବ
Manas Kumar Rout |
December 25, 2025 |

ଯାଜପୁର, ୨୫/୧୨/୨୫ (ସନ୍ଧାନ ନ୍ୟୁଜ ) ଡିସେମ୍ବର ୨୬, (ଶୁକ୍ରବାର) ପୂର୍ବାହ୍ନ ୧୧:୦୦ ଘଟିକା ରେ ଚଣ୍ଡିଖୋଲସ୍ଥିତ ଡି.ୟୁ. ପବ୍ଲିକ୍ ସ୍କୁଲରେ ସଂସ୍କୃତି, ସାଂସ୍କୃତିକ ଐତିହ୍ୟ, ସାମାଜିକ ପରିବର୍ତ୍ତନ ଏବଂ ଆଧୁନିକତା ଶୀର୍ଷକ ଏକ ପୁସ୍ତକ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେବ। ସମ ସାମୟିକ ସମାଜରେ ସଂସ୍କୃତି, ଐତିହ୍ୟ ଏବଂ ସାମାଜିକ ପରିବର୍ତ୍ତନ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପୁସ୍ତକର ପ୍ରକାଶକ ଆମ ଐତିହ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ସଭାପତି ଶ୍ରୀ ବିମ୍ବାଧର ମୁଦୁଲି ମୁଖ୍ୟ ଅତିଥି ଏବଂ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେବା ସହିତ ପ୍ରଶସକ ଭବୋସ ମାଝୀ ଏବଂ ଡକ୍ଟର ସନ୍ତୋଷ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ପୁସ୍ତକଟି ଯାଜପୁରର ପ୍ରସିଦ୍ଧ ବୌଦ୍ଧ ବିଦ୍ୱାନ ଶ୍ରୀ ମାନସ କୁମାର ରାଉତ ଏବଂ ସହକାରୀ ପ୍ରେଫେସର ଡକ୍ଟର ଶିଖାସ୍ରୀ ରାୟ, ପ୍ରଫେସର ଡକ୍ଟର ବିଶ୍ୱଜିତ୍ ମହାପାତ୍ର; ଏବଂ ଅବସର ପ୍ରାପ୍ତ ରିଡର ଦୈତାରି ସାହୁଙ୍କ ଦ୍ୱାରା ଏହା ସମ୍ପାଦିତ ହୋଇଛି | ଏହି ଅବସରରେ, ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ଅନୀତା ତ୍ରିପାଠୀ, ଘନଶ୍ୟାମ ସ୍ବାଇଁ, ସାଗର ଜେନା, ଦେବବ୍ରତ ରାଉତ, ସୁରେଶ କରଙ୍କୁ ଯଥାକ୍ରମେ ଆଦର୍ଶ ଶିକ୍ଷୟତ୍ରୀ, ଆଦର୍ଶ ଶିକ୍ଷକ, ଶ୍ରେଷ୍ଠ ମାନବ ଅଧିକାର କର୍ମୀ, ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବ। ଏହା ସହିତ ସ୍ୱତନ୍ତ୍ର ଭାବେ ବୌଦ୍ଧର ଡକ୍ଟର ଦିବ୍ୟ ରଞ୍ଜନ ତ୍ରିପାଠିଙ୍କୁ ଆମ ଐତିହ୍ୟ ଯୁବ ଐତିହାସିକ -୨୦୨୫ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁସ୍ତକ ଏବଂ କାର୍ଯ୍ୟକ୍ରମ ଓଡ଼ିଶା ଏବଂ ଓଡିଶା ବାହାରର ସାଂସ୍କୃତିକ ଐତିହ୍ୟ, ସାମାଜିକ ପରିବର୍ତ୍ତନ ଏବଂ ଆଧୁନିକତା ଉପରେ ବୌଦ୍ଧିକ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦେବାଶିଷ ପଣ୍ଡା ଏବଂ ବିଶ୍ୱଜିତ ପରିଡା ପ୍ରକାଶ କରିଛନ୍ତି ।
Related Posts
About The Author