ଛାତିଥରା ସିରିଜ୍ ଦୁର୍ଘଟଣା; ଦୁଇ ଚାରି ଚକିଆ ଓ ୮ ବାଇକକୁ ଧକ୍କା ଦେଇ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ବ୍ରେକ୍ ଫେଲ୍ ଆଇଚର୍

Spread the love

କୋରାପୁଟ ଜିଲ୍ଲା ୨୦/୧୨/୨୫ (ସନ୍ଧାନ ନ୍ୟୁଜ ): ସୁନାବେଡ଼ା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକର ବ୍ରେକ୍ ଫେଲ ହୋଇଯିବାରୁ ସିରିଜ୍ ଦୁର୍ଘଟଣା ଘଟିଛି। ଟ୍ରକଟି ଦୁଇଟି ଚାରି ଚକିଆ ଓ ୮ଟି ବାଇକକୁ ଧକ୍କା ଦେଇଛି। ଘଟଣା ଜାତୀୟ ରାଜପଥରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ନିକଟରେ ଘଟିଛି। ଟ୍ରକଟି ସବୁ ଗାଡିକୁ ଧକ୍କା ଦେବା ସହ ଏକ ବିଦ୍ୟୁତ ଖୁଣ୍ଟରେ ପିଟଇ ହୋଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଡ଼ି ଯାଇଥିବା। ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିଦ୍ୟୁତ୍ ପୋଲ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବାଇକଗୁଡ଼ିକ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଗାଡ଼ି ଧକ୍କାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଜାତୀୟ ରାଜପଥରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଛି।

Related Posts

About The Author

Add Comment