କୋରାପୁଟ: ୧୮/୧୨/୨୫ (ସନ୍ଧାନ ନ୍ୟୁଜ ) ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୋଲିସ ମାଡ଼ାମ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଁସଦା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଛନ୍ତି । ଏକ ମାମଲାକୁ ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଆଜି ତାଙ୍କୁ ଧରାପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ନିଜ ହେପାଜତକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଇନ୍ସପେକ୍ଟର (ଆଇଆଇସି) ସୁକମା ହାଁସଦାହ ଏକ ମାମଲାରେ କୋର୍ଟରେ କେସ୍ ଡାଏରୀ ଦାଖଲ କରିବା ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଯାହାର ସେ ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ଏବଂ ମାନ୍ୟବର କୋର୍ଟ ଏହି ମାମଲାରେ କେସ୍ ଡାଏରୀ ତଲବ କରିଥିଲେ। କେସ୍ ଡାଏରୀ ଉପସ୍ଥାପନ କରିବା ଏବଂ ଜାମିନ ପ୍ରଦାନ କରିବା ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ଦାବି କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ଘଟଣା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଇଆଇସି ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଆଇଆଇସିଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଦିଗରୁ ତାଙ୍କର ବାସଭବନରେ ଚଢ଼ଉ କରିଥିଲା । ଆଇଆଇସିଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।
ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆଇଆଇସି
|
December 18, 2025 |



