ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ କାର୍ଯ୍ୟ ଉନ୍ନତି ପାଇଁ ତଦାରଖ କଲେ ଜିଲ୍ଲାପାଳ

Spread the love

ସମ୍ବଲପୁର,ସନ୍ଧାନ ନ୍ୟୁଜ : ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୁମି ଖିଣ୍ଡାରେ ଜନ୍ମ ପୀଠ ର କାର୍ଯ୍ୟ ର ଅଗ୍ରତି ନିମନ୍ତେ ସମ୍ୱଲପୁର ଜିଲ୍ଲାପାଳ ସିଦ୍ଧଶ୍ଵର ବଲିରାମ ବୋନ୍ଦର ବିଭିନ୍ନ ବିଭାଗ ସହିତ କାର୍ଯ୍ୟ ତଦାରଖ କଲେ I ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠ କୁ ଲୋକଙ୍କୁ କେମିତି ସୁନ୍ଦର ଦିଶିବ,ପର୍ଯ୍ୟଟକ ମାନେ କେମିତି ଆର୍କଶିତ ହେବେ ,ଗାଁ ଘର ରାସ୍ତା କିପରି ପରିସ୍କାର ରହିବ, ଖିଣ୍ଡା ର ପ୍ରତି ଘରକୁ ପାଇପ ଯୋଗେ ଜାନୁୟାରୀ ୨୦ ତାରିଖ ସୁଦ୍ଧା ପାଣି ପାଇବେ, ଜନ୍ମ ହୋଇଥିବା ଘରକୁ ନୂତନ ରୂପ ଦେବା ଇତ୍ୟାଦି I ସେ ନେଇ ପ୍ରତି ବିଭାଗ ଗୁଡ଼ିକୁ ପ୍ରବଳ ବର୍ଷି ଛନ୍ତି ଜିଲ୍ଲାପାଳ । ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ, ତାଙ୍କ ଉପରେ କର୍ଯ୍ୟାନୁଷ୍ଠାନ ସହ ଦରମା ଟଙ୍କା କଟାଜିବ। ପି ଡ଼ି,ପି ଡବ୍ଲ ଡି ର ଏସ୍‌ ଇ,ଆର ଡବ୍ଲୁ ଏସ୍‌ ଏସ୍‌ ର ଅଧିକାରୀ, ରେଙ୍ଗାଲି ତହସିଲ ଦାର ତକ୍ଷ ରାଜ ଭିତିରିଆ, ବିଡିଓ ପ୍ରିତମ ତନ୍ତି ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜନ୍ମ ଜୟନ୍ତି ପାଳନ ଗତ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବା ପାଇଁ ଗୁରୁତ୍ଵ ଦେବା ସହିତ ଗ୍ରାମବାସୀ ଓ ସୁରେନ୍ଦ୍ର ସାଏ କମିଟି ସହିତ ଆଲୋଚନା କରିଥିଲେ l ପରିଚାଳନା କମିଟିର ସଭାପତି ବିରେନ୍ଦ୍ର ସାଏ, ସମ୍ପାଦକ ହେମନ୍ତ ରାଉତ,କୋଷାଧ୍ୟକ୍ଷ କିଶୋର କୁମାର ସାହୁ, ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ଅନିତା ସାଏ, ସୁନିଲ ଦାସ, ହିତେଶ୍ଵର ବିଶ୍ଵାଳ ଙ୍କ ସମେତେ ଅନେକ ପ୍ରମୁଖ ଲୋକ ଉପସ୍ଥିତ ଥିଲେ ।

Related Posts

About The Author

Add Comment