ସାଗରରେ ସଡ଼କ ଦୁର୍ଘଟଣା: ଡ୍ୟୁଟିରୁ ଫେରିବା ସମୟରେ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ଚାରି ଜଣ ସହିଦ

Spread the love

ସାଗର: ୧୦ /୧୨ /୨୫  (ସନ୍ଧନ ନ୍ୟୁଜ ) ମଧ୍ୟପ୍ରଦେଶର ସାଗରରେ ଆଜି ଭୋର୍‌ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୃ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ସାଗରର ବାନ୍ଦ୍ରୀ ମାଲଥୋନରେ ଏହି ଦୁର୍ଘଟଣା ଘଟିଛି। ପାଞ୍ଚ ଜଣ ସୈନିକ ମୋରେନାରୁ ଫେରୁଥିବା ସମୟରେ ସକାଳ ପ୍ରାୟ ୪ଟା ସମୟରେ ଦୁର୍ଘଟଣା ଘଟିଥିଲା। ସୈନିକଙ୍କ ଗାଡ଼ି ସାମ୍ନାକୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ସହିଦ ଯବାନଙ୍କ ନାମ ପ୍ରଦ୍ୟୁମାନ ଦୀକ୍ଷିତ, ଅମନ କୌରବ ଏବଂ ଡ୍ରାଇଭର ପରମଲାଲ ତୋମର। ତିନି ଜଣ ମୋରେନାର ବାସିନ୍ଦା। ଭିଣ୍ଡର ଡାଙ୍ଗ ମାଷ୍ଟର ବିନୋଦ ଶର୍ମା ମଧ୍ୟ ସହିଦ ହୋଇଛନ୍ତି। ଦୁର୍ଘଟଣାରେ ମୋରେନାର କନଷ୍ଟେବଳ ରାଜବୀନ ଚୌହାନ ଆହତ ହୋଇଛନ୍ତି ଏବଂ ବନସଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଗାଡ଼ିରେ ଏକ କୁକୁର ମଧ୍ୟ ଥିଲା, ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ।

Related Posts

About The Author

Add Comment