ଜାରକା-କବାଟବନ୍ଧ ରାସ୍ତାରେ ମାଡିଗଲାଣି ବାଉଁସ ଗଛ

Spread the love

ଜେନାପୁର,୨୮/୦୯(ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା-କବାଟବନ୍ଧ ନଦୀବନ୍ଧ ରାସ୍ତାରେ ବାଉଁସ ଓ ଅନାବନା ଗଛ ମାଡ଼ିଗଲାଣି। ଯାହା ଫଳରେ ରାସ୍ତା ସଂକୀର୍ଣ୍ଣ ହେବା ସହିତ ଯାତାୟତରେ ଦୁର୍ଘଟଣା ଶିକାର ହୋଉଛନ୍ତି ଅନେକ ପଥଚାରୀ । ଏହି ରାସ୍ତା ପୂର୍ତ୍ତବିଭାଗ ଅଧିନରେ ଯାଉଥିବା ବେଳେ ବାରମ୍ବାର ଅଭିଯୋଗ ହେଉଥିବା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସାମାନ୍ୟ ବର୍ଷା ପବନ ହେଲେ ରାସ୍ତା କଡରେ ଲାଗିଥିବା ବାଉଁସ ଗଛ ଗୁଡିକ ରାସ୍ତାକୁ ଶୋଇପଡୁଥିବାର ଦେଖିବାକୁ ମିଳୁଛି । ନାକପୋଲ ଠାରୁ କବାଟବନ୍ଧ ପର୍ଯ୍ୟନ୍ତ ନଦୀବନ୍ଧର ଉଭୟ ପାର୍ଶ୍ଵରେ ବାଉଁସ ଗଛ ଗୁଡିକ ଏପରି ରାସ୍ତାକୁ ବର୍ଷା ପବନରେ ଶୋଇପଡୁଛି ଦୈନନ୍ଦିନ ଯାତୟତ କରୁଥିବା ସାଧାରଣ ବାଇକ୍ ଆରୋହୀଙ୍କ ଆଖି ମୁଣ୍ତରେ ବାଜି ଦୁର୍ଘଟଣା ଶିକାର ହେଇ ବହୁ ଧନଜୀବନ କ୍ଷତି ହେଉଛି । ଏହି ବାଉଁସ ଗଛଗୁଡିକ ଦୀର୍ଘଦିନ ହେବ ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବାରୁ ରାସ୍ତା ଉପରକୁ ନଇଁ ପଡିବା ସହ ଅନାବନା ଗଛ ଗୁଡିକ ଉପରକୁ ମାଡିଆସିଲାଣି ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଗାଡ଼ିମୋଟର ଚଳାଚଳରେ ବହୁ ଅସୁବିଧା ହେଉଛି। ଏହି ରାସ୍ତାଦେଇ ମୁଖ୍ୟମନ୍ତ୍ରୀ ବସ୍ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଗମନାଗମନ କରିବା ପାଇଁ ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିଲା ବେଳେ ଭଉୟ ପାର୍ଶ୍ୱରୁ ଗୋଟିଏ ଗାଡ଼ି ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବା ସମୟରେ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି କାରଣରୁ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏହା ସହିତ ରାସ୍ତା କଡ଼ରେ ରହିଥ‌ିବା ବଡ଼ ବଡ଼ ବାଉଁଶ ଗଛ ଗୁଡ଼ିକ ସାମାନ୍ୟ ପବନରେ ରାସ୍ତାକୁ ନଇଁ ପଡ଼ିବା ଦ୍ୱାରା ବସ୍ ଓ ଅନ୍ୟାନ୍ୟ ବଡ଼ ଗାଡ଼ି ଯିବା ବେଳେ ସମସ୍ୟା ହେଉଛି । ବିଶେଷ କରି ଜେନାପୁର,ବ୍ରହ୍ମପୁର,ଏରଷଣ୍ଢା,କୁସୁନପୁର ଘାସିବର, କୁସ୍ତିରା ଆଦି ଅଞ୍ଚଳରେ ରାସ୍ତାକଡ଼ରେ ଥ‌ିବା ଅନେକ ବାଉଁଶ ଗଛ ରାସ୍ତା ଉପରକୁ ନଇଁ ପଡ଼ିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସ‌ହିତ ନ‌ଦୀବନ୍ଧ ରାସ୍ତା ଗଛଗୁଡ଼ିକ ସଫା କରାଇବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

 

Related Posts

About The Author

Add Comment