ଯାଜପୁର/୧୦/୦୯/(ସନ୍ଧାନ ନିୟୁଜ )(ସାଗରୀକା ଦଳାଇ ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳର ଯାଜପୁର ରୁ ଢେଙ୍କାନାଳ ସଂଯୋଗ କରିଥିବା ରାସ୍ତାରେ. ଆଜି ସକାଳୁ ସକାଳୁ ୨ ଜଣ ଚାଷୀଙ୍କ ଉପରେ ହାଇୱା ମାଡିଯିବାହେତୁ ଘଟଣା ସ୍ଥଳେ ଦୁଇ ଇଜଣଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବ୍ୟକ୍ତି ଦୁଇ ଜଣ ମଧ୍ୟରୁ ଜଣେ ଚଡେଇଧରା ଗ୍ରାମର ନବଘନ ପରିଡା ୬୨ ଓ଼ ଆଉ ଜଣେ ହେଲେ ଲୁଣିବର ଗ୍ରାମର ସନାତନ ସାମଲ ୫୫ ବୋଲି ଜଣାପଡିଛି l.ଘଟଣା ମୁତାବକ ୨ ଜଣ ବ୍ୟକ୍ତି ରାତିରେ ନିଜ ଚାଷ ଜମିକୁ ଷଣ୍ଡ ଜଗିଥିବା ବେଳେ ଢେଙ୍କାନାଳ ଜିଲ୍ଲା ବାରମାଣ ପଟୁ ଏକ ପଥର ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ୨ ଜଣଙ୍କ ଉପରେ ମାଡ଼ିଯାଇଥିଲା l. ଦୃଘଟଣା ଏମିତି ହୋଇଥିଲାଯେ ମୃତ୍ୟୁ ଦୁଇଜଣ ଙ୍କ ଶରୀର. ଚି଼ହ୍ନ ଟ ହେବା ମୁସ୍କୁଲି ହୋଇଯାଇଥିଲା l ତେବେ ଘଟଣା ସ୍ଥଳେ ଜେନାପୁର ପୁଲିସ ଥାନା IIC ଏବଂ ଫାଣ୍ଡି ଅଧିକାରୀ, ଘଟଣାସ୍ତଳେ ପହଞ୍ଚି ଶବ ଜବଦ କରି ବ୍ୟବଛେଦ ନିମନ୍ତେ ନିକଟସ୍ତ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି l. ଘଟଣା ସ୍ଥଳେ କୌଣସି ଉତେଜନା ହୋଇନଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଜେନାପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି,,,



