ସୁନ୍ଦରଗଡ଼ ତା:୧୯-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଲୁଲକିଡ଼ିହି ରାଞ୍ଚି ଛକ ରୁ ଝାରଖଣ୍ଡ ସୀମାନ୍ତ କୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ପିଚୁ ରାସ୍ତା ଗତ ଅପ୍ରେଲ ମାସ ରେ ତିଆରି ହୋଇଥିବା ବେଳେ ଜାଗା ଜାଗା ରେ ଗାତ ହୋଇ ପିଚୁ ତଳୁ ମାଟି ବାହାରି ପଡି ଗଲାଣି l ଏହି ଅଞ୍ଚଳ ଝାରଖଣ୍ଡଓ ଛତିଶଗଡ ସୀମାନ୍ତ ରେ ଥିବା ବେଳେ ପ୍ରଶାସନ ର ଦୃଷ୍ଟି ପଡ଼ୁ ନ ଥିବା ଜନ ସାଧାରଣ ରେ ଚର୍ଚ୍ଚl ର ବିଷୟ ହୋଇଛି l ଏହି ଅଞ୍ଚଳ ଠିକାଦାର ପୋଷା ହୋଇଥିବା ବେଳେ ପ୍ରଶାସନ ନିରବ ରହିଥିବା ଜନ ସାଧାରଣ ରୁ ପ୍ରକାଶ ପାଇଛି l ପ୍ରଶାସନ କୁ ଏ ଅଞ୍ଚଳ ର କାମ କିପରି ଭାବରେ ହେଉଛି ତା ଉପରେ କଡା କଡୀ ନଜର ଦେବା ଓ ଖରାପ ହୋଇ ଯାଇଥିବା ରାସ୍ତା କୁ ଭଲ ଭାବରେ ମରାମତି କରିବା ପାଇଁ ଦାବି କରିଛନ୍ତି ଜନ ସାଧାରଣ l
ପ୍ରଧାନମନ୍ତ୍ରୀ ସଡ଼କ ଚାରି ମାସ ରେ ଗାଢ଼ ହେଲା l
|
August 19, 2025 |



