ସବଡେଗା ରେ ଶକ୍ତି ମାର୍ଟ ର ଉତଘାଟନ

Spread the love

 

ସୁନ୍ଦରଗଡ ତା:୧୮/୮/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ରେ ଥିବା ନୂତନ ଶକ୍ତି ମାର୍ଟ ରଉତଘାଟନ ହୋଇଯାଇଛି ।ଏହି ପାରିପେଖିରେ ସବଡେଗା ସରପଞ୍ଚ ଗଣେଶ ପ୍ରଧାନ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ଏହାର ଶୁଭ ଉତଘାଟନ କରିଥିଲେ । ଏହି ଉତଘାଟନୀ ଉତ୍ସବ ରେ ବ୍ଲକ ବିପିଏମ ଜାଭିୟର କିଡୋ, ସମସ୍ତ ୟୁଟି ମେମ୍ବର,ଜିପିଏଲଏଫ ସହିତ ବିଏଲଏଫ ର ସମସ୍ତ ସଦସ୍ୟ, ଏମ୍ୱିକେ ଓ ସିଆରପି ଉପସ୍ଥିତ ଥିଲେ । ମୁଖ୍ୟ ବାସଷ୍ଟାଣ୍ଡ ରେ ଏହି ମାର୍ଟ ହେବା କାରଣରୁ ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ଜିନିଷ ସୁଲଭ ମୂଲ୍ୟରେ ମିଳିବ ବୋଲି ସରପଞ୍ଚ ଗଣେଶ ପ୍ରଧାନ ମତ ଦେଇଥିଲେ । ଏହି ମାର୍ଟ ଖୋଲିବା ଦ୍ବାରା ଅନେକ ମହିଳାଙ୍କୁ କର୍ମ ସହଯୋଗ ମିଳିବା ସହିତ ତାଙ୍କର ଅର୍ଥନୀତିକ ବିକାଶ ହେବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ । ପଞ୍ଚାୟତର ଏଭଳି କାର୍ଯ୍ୟକୁ ଅନେକ ଦିଗରୁ ପ୍ରଶଂସା କରାଯାଉଥିବା ଜଣାପଡିଛି ।

Related Posts

About The Author

Add Comment