ସୁନ୍ଦରଗଡ ତା:୮/୭/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ଗ୍ରାମରେ ଆଜି ଗ୍ରାମ ଇଷ୍ଟଦେବୀ ପୂଜା ସମ୍ପନ୍ନ ହୋଇଯାଇଛି । ଏହି କ୍ରମରେ ଆଜି ସବଡେଗା ଗ୍ରାମବାସୀ ଭକ୍ତିର ସହିତ ଗ୍ରାମର ଇଷ୍ଟଦେବୀ ପୂଜାରେ ଯୋଗଦେଇ ଗ୍ରାମର ମଙ୍ଗଲ କାମନା ପାଇଁ ମା ଙ୍କୁ ଗୁହାରି କରିଥିବା ଦେଖିବାକୁ ମିଳିଥିଲା । ଏହି ପୂଜା ପୂର୍ବପୁରୁଷଙ୍କ ଅମଳରୁ ହୋଇଆସୁଥିବା ସହିତ ଇଷ୍ଟ ଦେବୀ ଗ୍ରାମଙ୍କୁ ସମସ୍ତ ଅସୁବିଧାରୁ ଉଦ୍ଧାର କରି ରଖିଥିବା ଅଞ୍ଚଳବାସି ପ୍ରକାଶ କରିଥିଲେ । ଏହି ପୂଜା ଦ୍ଵାରା ଅଞ୍ଚଳ ର ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କ ଅସୁବିଧା ଦୁର ହେଉଥିବା ସୂଚନାରୁ ଜଣାପଡିଛି ।
ସବଡେଗାରେ ଗ୍ରାମଦେବୀଙ୍କ ପୂଜା ଅନୁଷ୍ଠିତ
|
July 8, 2025 |



