ସୁବର୍ଣ୍ଣପୁର ( ସନ୍ଧାନ ନ୍ୟୁଜ ): ଗତକାଲି ରବିବାର ରାତି ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ଜଣାପଡିଛି। ମନ୍ଦିରର ମୁଖ୍ୟ ଦ୍ଵାର ସମେତ ଅନ୍ୟ ତାଲା ମାନେ କାଟି ଚୋର ମାନେ ମନ୍ଦିରରୁ ଚୋରୀ କରିଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ ପୂଜକ ମନ୍ଦିର ପୁଜା ପାଇଁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ନ ଥିବା ସହ ଗେଟ ମେଲା ହୋଇଥିବା ଦେଖି ମନ୍ଦିର କମିଟି କୁ ଜନେଇବା ସହ ପୋଲିସକୁ ଖବର ଦେଇଥିଲେ। ମା ଦୁର୍ଗାଙ୍କ ଦୁର୍ଲଭ ରୂପା ମୁକୁଟ ସହ ଦାନବାକ୍ସ ଭାଙ୍ଗି ଚୋର ମାନେ କଳକନା ବୁଲେଇ ଥିବା ବେଳେ ଏକ ଗଡରେଜ ରୁ ମଧ୍ଯ ପାଟଶାଢ଼ୀ, ଘଣ୍ଟ ସହ କିଛି ସାମାନ ଚୋରୀ ହୋଇଥିବା ପୁଜକ କହିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ରଞ୍ଜିତ କୁମାର ସାହୁ ପହଞ୍ଚିବା ସହ ଡଗସ୍କ୍ୱାର୍ଡ ସହାୟତାରେ ଛାନଭିନ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲାରୁ ସାଇଣ୍ଟିଫିକ ଟିମ୍ ଆସୁଥିବା ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
Related Posts
ଆସାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାହୁଲଜୀ ଏବଂ ଗାନ୍ଧୀ ପରିବାର ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟକୁ ନେଇ କଂଗ୍ରେସର ବିକ୍ଷୋଭ ଓ କୁଷପିତ୍ତଳିକା ଦାହ
ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଟୀକାଦାନ ପରିଚାଳନା ନେଇ ଦାବି
ମୟୂରଭଞ୍ଜ ଜିଲ୍ଲା ଛାତ୍ର ଜନତା ଦଳରେ ଫାଟ, ଦଳରୁ ଇସ୍ତଫା ଦେଲେ ସୁଶୀଲ ସେଠୀ ଓ ଅର୍ଚ୍ଚନା ଉପାଧ୍ୟାୟ



