ସମ୍ବଲପୁର/ସନ୍ଧାନ ନ୍ୟୁଜ: ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ମହିଳା ସାମ୍ବାଦିକାଙ୍କୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଦୁର୍ବ୍ୟବହାର ଓ କୁକୁର ଲଗାଇବା ଘଟଣାକୁ ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ(ଏସୟୁଜେ), ସମ୍ବଲପୁର ଶାଖା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦେ୍ଧଶ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସ୍ୟୁଜେ ସମ୍ବଲପୁର ଶାଖା ଉପ-ସଭାପତି ରାଧେଶ୍ୟାମ ପଣ୍ଡା, ସାଧାରଣ ସମ୍ପାଦକ ପ୍ରମୋଦ ବହିଦାରଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସମ୍ବଲକପୁର ଜିଲାପାଳଙ୍କୁ ଏକ ଦାପିପତ୍ର ପ୍ରଦାନ କରିଥିଲେ । ଏଥିରେ ମହିଳା ସାମ୍ବାଦିକାଙ୍କୁ କାର୍ଯ୍ୟରେ ବାଧାଦେବା ସହ ଦୁର୍ବ୍ୟବହାର କରି ତାଙ୍କ ଉପରକୁ କୁକୁର ଛାଡ଼ିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିରେ ହରିଶଙ୍କର ମିଶ୍ର, ଟିକେଶ୍ୱର ପ୍ରଧାନ, ଆଲୋକ କୁମାର ଦାଶ, ଆତ୍ମାରାମ ସୁପକାର, ଅନୀଲ ଶ୍ରୀରାମକା ପ୍ରମୁଖ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ ।
କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣାକୁ ଏସୟୁଜେ ସମ୍ବଲପୁର ଶାଖାର ନିନ୍ଦା ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
|
June 28, 2024 |