ନବୀନ ଓଡ଼ିଶାର ଏଜେଣ୍ଡା ନବୀନ ଗ୍ୟାରେଣ୍ଟି:ମାଗଣା ବିଜୁଳୀ, ବିଏସକେୱାଇ ଯୋଜନାରେ ସମସ୍ତଙ୍କୁ ସାମିଲ, ମିଶନ ଶକ୍ତି ମାଙ୍କୁ ପେନସନ

Spread the love

ସମ୍ୱଲପୁର/ସନ୍ଧାନ ନ୍ୟୁଜ:ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍ ଜୁହାର୍ । ବିଏସକେୱାଇ ଯୋଜନା ଭଲ କି ? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା ସମଲେଇ ପ୍ରକଳ୍ପ କାମ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜୁଲାଇ ମାସରୁ ଆପଣଙ୍କ ବିଜୁଳୀ ବିଲ ଆସିବ ନାହିଁ । ବିଜେଡି ସରକାର ବିଜୁଳୀ ମାଗଣା ଦେବେ । ଆପଣ ମାନେ ଖୁସି ତ ! ନିଜର ନିଆରା ଅନ୍ଦାଜରେ ଜନସଭାକୁ ସମ୍ବୋଧନ କରି ଜନସମୁଦ୍ରରେ ଖୁସିର ଲହରୀ ଖେଳାଇ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଉରକେଲା ସମେତ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ଗସ୍ତ କରି ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସେ ରାଉରକେଲା ଠାରେ ପହଞ୍ଚି ଜନସଭାକୁ ସମ୍ବୋଧନ କରିଥିଲେ । ରାଉରକେଲା ଓ ସୁନ୍ଦରଗଡ ଅଞ୍ଚଳକୁ ଆହୁରି ବିକଶିତ କରିବାକୁ କହିଥିଲେ । ରାଉରକେଲା ଠାରେ ସଭାକାର୍ଯ୍ୟ ସାରିବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅର୍ନ୍ତଗତ ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକରେ ପହଞ୍ଚିଥିଲେ । ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ତଥା ନିଜର ପ୍ରିୟନେତାଙ୍କୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଜନସମାଗମ ହୋଇଥିଲା । ତାଙ୍କ ମୁହଁରୁ ଦୁଇପଦ କଥା ଶୁଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କର୍ମକର୍ତ୍ତାମାନେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସଭାରେ ନିଜର ଅବିଭାଷଣ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ ଜଣାଇଥିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିକଶିତ ଓଡିଶା ଗଠନ ହେଉଛି । ଜନତାଙ୍କ ମୌଳିକ ସମସ୍ୟାର ସମାଧାନ କରିବା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି । ଗତଥର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଥିବାବେଳେ ଆପଣମାନେ ଅଭିଯୋଗ ପତ୍ର ଜରିଆରେ ଯାହା ଜଣାଇଥିଲେ ତାହା ସବୁ ପୂରଣ ହୋଇଛି ଆଉ କିଛି କାମ ଖୁବ ଶୀଘ୍ର ପୂରଣ ହେବ । ବିଜୁଳୀ ସମସ୍ୟା କଥା ଆପଣମାନେ ଜଣାଇଥିଲେ । ଏହି ମଞ୍ଚରୁ ଆପଣ ଖୁସି ଖବର ଶୁଣିନିଅନ୍ତୁ ଆସନ୍ତା ଜୁଲାଇ ମାସରୁ ଆପଣଙ୍କର ବିଜୁଳୀ ମଗଣା ହେବ । ଏହା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି । ନୂଆ ଓଡିଶା ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ତାକୁ ପୂରଣ କରିବାକୁ ହେଲେ ଆପଣମାନଙ୍କୁ ଏଥର ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ହେବ ବୋଲି ନିବେଦନ କରିଥିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ମଞ୍ଚ ଉପରୁ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରିଥିଲେ ୫ଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ୨୦୧୪ ରେ ସେମାନେ କହିଥିଲେ ବିଜେପି ସରକାର ଗଠନ ହେଲେ ଦରଦାମ କମାଇବାକୁ କହିଥିଲେ । କମିଲା କି ? ଏଠାରେ ଭାରତୀୟ ଜନତା ପାର୍ଟିର ଯିଏ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଗୋଟିଏ ଗୋଟିଏ ଦସ୍ତଖତ ମା ମାନଙ୍କ ଆଖିରୁ ଲୁହ ଝରାଇଛି । କୁଚିଣ୍ଡା, ଦେବଗଡ, ଛେଣ୍ଡିପଦା,ଆଠମଲ୍ଲିକ, ସମ୍ବଲପୁର ଅଞ୍ଚଳର ମା ମାନଙ୍କୁ ଦୁଖଃ କଷ୍ଟ ଦେଇଛନ୍ତି । ବଡବଡ କମ୍ପାନୀକୁ ଲାଭଦେବା ପାଇଁ ଆଦିବାସୀ ଗରୀବଙ୍କ ପେଟରେ ଲାତ ମାରଛନ୍ତି ଏଠାକାର ବିଜେପି ପ୍ରାର୍ଥୀ । ଏବେ ନିର୍ବାଚନ ଆସିବାରୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସମଲେଇ ମା ଙ୍କ ପ୍ରକଳ୍ପର ଋପାନ୍ତରଣ କାମକୁ ରୋକିବା ପାଇଁ ଲାଗିପଡିଥିଲେ । ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି । କିନ୍ତୁ ଆପଣଙ୍କ ପାଖରେ ରହିଥିବା ପ୍ରଣବ ପ୍ରକାଶ ଦାସ ମା ଙ୍କ କାମ ପୂରା କରିବାକୁ ଲାଗିପଡ଼ିଥିଲେ । ମୁଖ୍ୟମନ୍ତ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ଓ ସ୍କୋଲାରସିପ ଦେଇଛନ୍ତି । ଏଠି ଛିଡା ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିବେ କି କେତେ ପିଲାଙ୍କୁ ବୃତ୍ତି ଦେଇଛନ୍ତି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ । ପ୍ରଥମ ହେଲା ବିଜୁଳୀ ବିଲ ଛାଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ । ୬୦ ବର୍ଷ ହୋଇଥିବା ମିଶନ ଶକ୍ତି ମା ମାନଙ୍କୁ ପେନସନ ପ୍ରଦାନ । ଏହା ହେଉଛି ନବୀନ ଗ୍ୟାରେଣ୍ଟି । ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି । ପ୍ରଣବ ପ୍ରକାଶ ହେଉଛନ୍ତି ଓଡିଶା ମାଟିର ଲଢୁଆ ପୁଅ । ସେ ଆପଣଙ୍କ ପାଇଁ ଭୁବନେଶ୍ୱରରେ ଲଢେଇ କରିବେ, ଦିଲ୍ଲୀରେ ଲଢେଇ କରିବେ । ତେଣୁକରି ଆପଣମାନେ ପ୍ରଣବ ପ୍ରକାଶ ଓ ବିଜୁ ଜନତା ଦଳର ଆପଣଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନସଭାକୁ ପ୍ରବଳ ମାତ୍ରାରେ ଜନସମାଗମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି । ନବୀନ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ସମ୍ପୁର୍ଣ୍ଣ ଭରସା ରହିଥିବାବେଳେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ବିରୋଧୀ ମାନେ ଖୁବଶୀଘ୍ର ଏହାର ଜବାବ ପାଇବେ ବୋଲି ମତପ୍ରକାଶ ପାଉଛି ।

Related Posts

About The Author

Add Comment