ଯାଜପୁର ସଦର, ୨୯ା୦୪: ଯାଜପୁର ଜିଲ୍ଲା ଦୈନିକ ସମ୍ବାଦପତ୍ର ନିର୍ଭୟ ସୂଚନା ଖବର କାଗଜର ଯାଜପୁର ଜିଲ୍ଲାରେ ନିର୍ଭୟ ସୂଚନା ପରିବାର ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାକୁ ଯାଉଅଛି । ଏହି ଅବସରରେ ଯାଜପୁର ଜିଲ୍ଲା ନିର୍ଭୟ ସୂଚନାର ଜିଲ୍ଲା ପ୍ରତିନିଧି ଗୋପିନାଥ ଦାଶଙ୍କ ଅଧ୍ୟକ୍ଷତାରେ ନିର୍ଭୟ ସୂଚନାର ସାମ୍ବାଦିକ ମାନଙ୍କୁ ନେଇ ଯାଜପୁର ଜିଲ୍ଲା ସଦର ବରୁଆଁ ମା ତାରିଣୀ ଦେବୀ ମଣ୍ଡପ ପରିଶରରେ ବନ୍ଧୁ ମିଳନ ଉତ୍ସବ ଏଂବ ସମ୍ବର୍ଦ୍ଧନା ସଭା ଆସନ୍ତା ବୁଧବାର ଦିନ ହେବାକୁ ଯାଉଥିବା ବେଳେ, ନିର୍ଭୟ ସୂଚନାର ସମ୍ପାଦକ ସତ୍ରବ୍ରତ ପାତ୍ର ଏବଂ ମ୍ୟାନେଜର ନରେନ୍ଦ୍ର କୁମାର ଯୋଗଦେବା ପାଇଁ ନିର୍ଭୟ ସୂଚନ ସାମ୍ବାଦିକ ମାନଙ୍କ ପକ୍ଷରୁ ନିବେଦନ କରାଯାଇଚି । ଯାଜପୁର ଜିଲ୍ଲା ବ୍ୱୁରୋଚିପ ପୁର୍ଣ୍ଣଚନ୍ଦ୍ର ଶତପଥି ଯୋଗଦାନ କରୁଛନ୍ତି । ସେହିପରି ନିର୍ଭୟ ସୂଚନା ସମ୍ବାଦପତ୍ରର ରିପୋର୍ଟର ମାନେ ଯୋଗଦେବା ଲାଗି ଯାଜପୁର ଜିଲ୍ଲା ଡିସି ଗୋପିନାଥ ଦାଶ ନିବେଦନ କରିଛନ୍ତି ।
ଦୈନିକ ସମ୍ବାଦପତ୍ର ନିର୍ଭୟ ସୂଚନା ପରିବାରୁ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଟିତ
|
April 30, 2024 |
