ବିଭାଘର ପୂର୍ବରୁ ଜୀବନ ହାରି ଦେଲେ ଅବଳା ଯୁବତୀ

Spread the love

ଯାଜପୁର ସଦର, ୧୦ା୦୩: ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାରେ । ବିଭାଘର ହେବାକୁଥିବା ବେଳେ, ଜୀବନ ହାରିଦେଲେ ଏହି ଯୁବତୀ ଜଣକ । କେତେ ସ୍ୱପ୍ନ କେତେ ଆଶାନେଇ ବିବାହ ହେବାକୁ ରହିଥିବା ବେଳେ, ହାତଗଣ୍ଠି ପଡ଼ିବା ପୂର୍ବରୁ ଯୁବତୀ ଜଣକ ଜୀବନ ହାରିବା ଘଟଣା ଏଠାରେ ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବେଦିକୁ ଯିବା ପୂର୍ବରୁ ବିଷପିଇ ଆତ୍ମହତ୍ୟା କରିବା ଘଟଣା ଯାଜପୁର ନିକଟସ୍ଥ ପାଣିକୋଇଲି ଥାନା ପାଣିକୋଇଲି ଗ୍ରାମର ସୁବାଷ ପରିଡ଼ାଙ୍କ ଝୀଅ ସୁସମା ପରିଡ଼ା(୨୫) ବେଦିକୁ ଯିବାକୁ ଥିବା ବେଳେ, କିଟନାଶ ମାରାତ୍ମକ ବିଷପିଇ ଦେବାରୁ ସୁସମା ଗୁରୁତର ହୋଇ ପଡ଼ିଥିଲେ । ୩ତାରିଖ ଦିନ ବିଭାଘର ପାଇଁ ଆୟୋଜନ କରାଯାଇଥିଲା । ପରିବାର ମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ, ବାପଘର ଝାଡ଼ି ସୁସମା ଶାଶୁଘରକୁ ଯିବାର ଥିବା ବେଳେ, ଶେଷରେ ସୁସମା ଜୀବନ ହାରିଦେବାରୁ କାନ୍ଦ ବୋବାଳି ପରିଶରରେ ପରିଡ଼ା ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ସୁସମାକୁ ଯଅଜପୁର ମେଡିକାଲକୁ ନିଆଯାଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ ତାକୁ କଟକରେ ଚିକିତ୍ସିତ ହେଉଥିବା ବେଳେ, ସବୁଦିନ ପାଇଁ ସୁସମାର ଜୀବନ ଦିପ ଲିଭିଗଲା । ସୁସମାର ଶବ ପାଣିକୋଇଲିରେ ପହଁଞ୍ôଚବା କ୍ଷଣୀ ପରିଡ଼ା ପରିବାରରେ କ୍ରନ୍ଦନର ସୁଅ ଛୁଟିଥିଲା । ଶୋକାକୁଳ ପରିବେଶରେ ସୁସମାର ଶବ ସଂସ୍କାର କରାଯାଇଥିଲା ।

Related Posts

About The Author

Add Comment