ଜିଓ ଫାଷ୍ଟ ଅଟାମିଲ କବଜାରେ ହାଟ କରନ୍ଦା ଗ୍ରାମ୍ୟ ଉନ୍ନୟନ ରାସ୍ତା

Spread the love

ଯାଜପୁର,୨୪/୧୦(ସନ୍ଧାନ ନିୟୁଜ/ମାନସ ରାଉତ)-ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା ଜାତୀୟ ରାଜପଥ ଠାରୁ ହାଟକରନ୍ଦା ରାସ୍ତା ଅବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ସେହି ରାସ୍ତା ଦେଇ ପ୍ରାୟ ୪ ଗୋଟି ପଂଚାୟତର ଦୈନିକ ଶହଶହ ଲୋକ ଯାତାୟତ କରିଥାନ୍ତି । କିନ୍ତୁ କିଛିବର୍ଷ ହେବ ସେହି ଗ୍ରାମ୍ୟ ଉନ୍ନୟନ ରାସ୍ତା କଡରେ ଗଢି ଉଠିଥିବା ଜିଓ ଫାଷ୍ଟ ଅଟାକଳକୁ ପ୍ରତ୍ୟେକ ଦିନ ଓଭରଲୋଡ ହୋଇଥିବା ଶହଶହ ଟ୍ରିପ କଂଚାମାଲ ପରିବହନ ହେବାସହ ମିଲରୁ ବାହରୁଥିବା ଦୈନିକ ଶହଶହଟ୍ରିପ ଅଟାଗାଡି ବାହାରକୁ ଯାଇଥାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସେହି ରାସ୍ତାରେ ସ୍ଥାନୀୟ ଜନସାଧାରଣ ଛୋଟ ଛୋଟ ଗାଡି ଓ ବାଇକ ସହିତ ସାଧାରଣ ପଥଚାରୀ ଯିବା ଉଦେ୍ଦଶ୍ୟରେ ନିର୍ମାଣ କରାଯାଇଥିଲା । ନିର୍ମାଣ ହୋଇଥିବା ମିଲ ମାଲିକଙ୍କର ବେପୁରୁଆ ନିତି ଶହ ସରକାରୀ ନିୟମକୁ ଉଲଂଘନ କରି ଆବଶ୍ୟକତା ଠାରୁ ଅଧିକା ମାଲ ଲୋଡ କରି ସେହି ରାସ୍ତାରେ ପରିବହନ କରିବାରୁ ରାସ୍ତା ମଧ୍ୟରେ ବଡ ବଡ ଖାଲ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଦବି ଯାଇଥିବାର ଦେଖିବାକୁ ମିଳିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ ବର୍ଷ ପୂର୍ବେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଏହି ରାସ୍ତାକୁ ନିର୍ମାଣ କରାଯାଇଥିଲା । ମିଲ ମାଲିକଙ୍କ ଖାମ ଖିଆଲି ନିତି ପାଇଁ ବିଭାଗୀୟ ଅଧିକାରୀଙ୍କ ତାଗିଦ କରିଥିଲେ ବି ଏହାକୁ ବେଖାତିର କରି ଖୁଲମ ଖୁଲା ସେହି ରାସ୍ତା ଦେଇ ଓଭରଲୋଡ ଗାଡିକୁ ପରିବହନ କରି ଚାଲିଛନ୍ତି । ଏହାପରେ ବିଭାଗ ପକ୍ଷରୁ ଯେତେ ମରାମତି କଲେ ବି ରାସ୍ତାର ଅବସ୍ଥା ସୁଧୁରି ନାହିଁ । ସ୍ଥାନୀୟ ଅଂଚଳବାସୀ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ସଂପର୍କିତ ସମସ୍ୟାକୁ ଗଣ ମାଧ୍ୟମରେ ପ୍ରାକଶ କଲା ପରେ ବି ମିଲ ମାଲିକଙ୍କ ଉପରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Posts

About The Author

Add Comment